କାବୁଲ: ତାଲିବାନ ଆଫଗାନିସ୍ତାନରେ ନୂତନ ଭାବରେ ଗଠିତ ଅନ୍ତରୀଣ ସରକାରର ଉଦ୍ଘାଟନୀ ସମାରୋହକୁ ବାତିଲ କରିଦେଇଛି। ଏ ନେଇ ରୁଷିଆର TASS ନ୍ୟୁଜ୍ ଏଜେନ୍ସିରେ ରିପୋର୍ଟ ପ୍ରକାଶ ପାଇଛି।
ରିପୋର୍ଟ ଅନୁଯାୟୀ, ୯/୧୧ ଆତଙ୍କବାଦୀ ଆକ୍ରମଣର ୨୦ ତମ ବାର୍ଷିକୀ ଅବସରରେ ସେପ୍ଟେମ୍ବର ୧୧ ରେ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହେବାର ଥିଲା।
ତାଲିବାନ ଉଦ୍ଘାଟନୀ ସମାରୋହରେ ରୁଷିଆ, ଇରାନ, ଚୀନ୍, କତାର ଏବଂ ପାକିସ୍ଥାନକୁ ନିମନ୍ତ୍ରଣ କରିଥିଲା। ତେବେ, ମସ୍କୋ ସୂଚିତ କରିଛଇ ଯେ ଯଦି ଏହି ସମାରୋହ ୯/୧୧ର ବାର୍ଷିକୀ ଅବସରରେ ଅନୁଷ୍ଠିତ ହେବ ତେବେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବ ନାହିଁ।
Comments are closed.