Latest Odisha News

BREAKING NEWS

ମାଡୁଛି ତାଲିବାନ: ପ୍ରମୁଖ ସହରରୁ ଆଫଗାନିସ୍ତାନ ପାଖରେ ରହିଲା କେବଳ କାବୁଲ

କାବୁଲ: ଆଫଗାନିସ୍ତାନରେ ତାଲିବାନୀଙ୍କ ଆତଙ୍କ ଜାରି ରହିଛି । ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଏବେ କାବୁଲ ମୁହାଁ ହୋଇଛନ୍ତି । ସେମାନଙ୍କ ରାସ୍ତାରେ ଯେଉଁ ସହର ପଡୁଛି ସେଗୁଡ଼ିକୁ ନିଜ କବଜାକୁ ନେଉଛନ୍ତି । ଏବେ ଜଲାଲାବାଦକୁ ନିଜ ଅକ୍ତିଆରକୁ ନେଇଛନ୍ତି ତାଲିବାନ । ନାଙ୍ଗରହାର ପ୍ରଦେଶର ରାଜଧାନୀ ଜଲାଲାବାଦ ।

ଗୋଟିଏ ପରେ ଗୋଟିଏ ସହର ଆଫଗାନିସ୍ତାନ ସରକାରଙ୍କ ହାତଛଡ଼ା ହୋଇଛି । ଏବେ ଦେଶର ପ୍ରମୁଖ ସହର ଭିତରୁ କେବଳ ବାକି ରହିଲା କାବୁଲ୍ । ଦେଶର ରାଜଧାନୀ । ପ୍ରମୁଖ ସହର ଭିତରୁ କେବଳ କାବୁଲରେ ଏବେ ସରକାରଙ୍କ ଆଧିପତ୍ୟ ରହିଛି । ଅନ୍ୟ ବଡ଼ ବଡ଼ ସହରରେ ଏବେ ତାଲିବାନୀଙ୍କ ରାଜ୍ ଚାଲିଛି । ଜଲାଲାବାଦ କବଜା ପରେ କାବୁଲର ଆଫଗାନିସ୍ତାନର ପୂର୍ବ ପ୍ରାନ୍ତ ସହ ସମ୍ପର୍କ ଛିନ୍ନ ହୋଇଛି ।

ଅନ୍ୟ କିଛି ପ୍ରମୁଖ ସହରକୁ ତାଲିବାନ କବଜା କରିବା ପରେ ଏକଘରକିଆ ହୋଇ ଯାଇଛି କାବୁଲ୍ । ଗତ ସପ୍ତାହେ ହେବ ଆଫଗାନିସ୍ତାନରେ ଅଧିକ ଉଗ୍ର ହୋଇ ଉଠିଛନ୍ତି ତାଲିବାନୀ ଆତଙ୍କୀ । ୧୯ତମ ପ୍ରାଦେଶିକ ରାଜଧାନୀ ଭାବରେ ଜଲାଲାବାଦକୁ ଦଖଲକୁ ନେଇଛନ୍ତି ତାଲିବାନୀ ।

ପୂର୍ବରୁ ଗଜନୀ, ହେରାତ, କନ୍ଧାର, ହେଲମନ୍ଦ ଭଳି ୧୮ଟି ପ୍ରାଦେଶିକ ରାଜଧାନୀକୁ କବଜା କରିଥିଲେ । କୁହାଯାଉଛି ଏବେ କାବୁଲଠାରୁ କିଛି କିଲୋମିଟର ଦୂରରେ ଅଛନ୍ତି ତାଲିବାନୀ ।

Comments are closed.