Latest Odisha News

BREAKING NEWS

ଦାନୀଶ ବଂଚିଥିଲେ, ଭାରତୀୟ ବୋଲି ଜଣାପଡିବା ପରେ ହତ୍ୟା କଲେ ତାଲିବାନ: ରିପୋର୍ଟ

ନୂଆଦିଲ୍ଲୀ:ଭାରତର ଫଟୋ ଜର୍ଣ୍ଣାଲିଷ୍ଟ ଦାନୀଶ ସିଦ୍ଦିକିଙ୍କ ମୃତ୍ୟୁ ଘଟଣାରେ ଆଜି ୱାଶିଂଟନ ଏଗଜାମାଇନରରେ ଚାଂଚଲ୍ୟକର ରିପୋର୍ଟ ପ୍ରକାଶିତ କରିଛି । ରିପୋର୍ଟରେ ଦାନିଶଙ୍କ ମୃତ୍ୟୁ କ୍ରସ ଫାୟାରିଂରେ ହୋଇ ନ ଥିଲା । ସେ ଭାରତୀୟ ବୋଲି ଜଣାପଡିବା ପରେ ତାଙ୍କୁ ତାଲିବାନମାନେ ହତ୍ୟା କରିଥିଲେ ।

BjdElectrycity

ମାଇକେଲ ରୁବେନଙ୍କ ରିପୋର୍ଟ ମୁତାବକ ଦାନିଶ ରିପୋର୍ଟିଂ ବେଳେ ଆଫଗାନ ସୁରକ୍ଷାକର୍ମୀଙ୍କ ସହ ଥିଲେ । ତାଲିବାନମାନେ ହଠାତ ଆକ୍ରମଣ କରିବା ଯୋଗୁ ସେନା ଦୁଇ ଭାଗ ହୋଇ ଯାଇଥିଲା । ଦାନୀଶ ଅଳ୍ପ ସୈନିକଙ୍କ ସହ ଅଲଗା ଗ୍ରୁପରେ ରହି ଯାଇଥିଲେ । ସାମାନ୍ୟ ଆଘାତପ୍ରାପ୍ତ ହେବା ଯୋଗୁ ଦାନୀଶ ଏବଂ ତାଙ୍କ ସାଥୀ ପାଖରେ ଥିବା ମସଜିଦକୁ ଯାଇଥିଲେ । ଭାରତୀୟ ପତ୍ରକାର ସେଠାରେ ରହିଥିବା ଖବର ପାଇବା ପରେ ତାଲିବାନ ସେଠାରେ ପଂହଚି ତାଙ୍କୁ ନୃଶଂସ ଭାବେ ହତ୍ୟା କରିଥିଲେ ।

Leave A Reply

Your email address will not be published.