ମୁମ୍ବାଇ: ବଲିଉଡ୍ର ବିଗ୍ ବି ଅମିତାଭ ବଚ୍ଚନଙ୍କର ବିଦେଶରେ ମଧ୍ୟରେ ଅନେକ ପ୍ରଶଂସକ ରହିଛନ୍ତି । ଦୁନିଆର ପ୍ରତ୍ୟେକ କୋଣ ଅନୁକୋଣରେ ଅମିତାଭଙ୍କ ପାଇଁ ଭାରତୀୟ ପ୍ରଶଂସକଙ୍କ ଭଳି ସମାନ କ୍ରେଜ୍ ଦେଖିବାକୁ ମିଳିଛି । ସେଥିମଧ୍ୟରେ ତାଲିବାନ ମଧ୍ୟ ଅମିତାଭ ବଚ୍ଚନଙ୍କର ଜଣେ ବଡ଼ ପ୍ରଶଂସକ । ଆପଣଙ୍କୁ ଏହା ଶୁଣିବା ପରେ ଟିକେ ଅଜବ ଲାଗୁଥାଇପାରେ । ଘଟଣାଟି ଏହା ସତ ।
ନିକଟରେ ତାଲିବାନ ଜନସମ୍ପର୍କ ବିଭାଗ ଏହାର ଏକ୍ସ (ଟୁଇଟର) ହ୍ୟାଣ୍ଡେଲରେ ଅଭିନେତାଙ୍କୁ ପ୍ରଶଂସା କରି ଏକ ପୋଷ୍ଟ କରିଥିଲା । ତାଲିବାନ ତା’ ପୋଷ୍ଟରେ ଅମିତାଭ ବଚ୍ଚନଙ୍କ ଅଭିନୟ ଏବଂ ବ୍ୟକ୍ତିତ୍ୱର ପ୍ରଶଂସା କରିଛି । ଏଥିସହ ଏହି ପୋଷ୍ଟରେ ଦାବି କରାଯାଇଛି ଯେ, ୧୯୮୦ରେ ଅମିତାଭଙ୍କୁ ଆଫଗାନିସ୍ତାନ ନାଗରିକତ୍ୱ ପ୍ରଦାନ କରାଯାଇଥିଲା ।
ତାଲିବାନର ଜନସମ୍ପର୍କ ବିଭାଗ ଏହାର ଏକ୍ସ ହ୍ୟାଣ୍ଡେଲରେ ଲେଖିଛି, ଅମିତାଭ ବଚ୍ଚନ ଜଣେ ଭାରତୀୟ ଅଭିନେତା ତଥା ଉତ୍ତମ ବ୍ୟକ୍ତି । ଆଫଗାନିସ୍ତାନରେ ତାଙ୍କୁ ପସନ୍ଦ କରନ୍ତି । ଖୁବ୍ କମ ଲୋକ ଜାଣନ୍ତି ଯେ, ସେ ଜଣେ ସମ୍ମାନିତ ଆଫଗାନିସ୍ତାନ ନାଗରିକ । ୧୯୮୦ ଦଶକରେ ଯେତେବେଳେ ସେ ଆମର ଗୌରବମୟ ଦେଶ ଗସ୍ତ କରିଥିଲେ, ରାଷ୍ଟ୍ରପତି ନଜିବୁଲ୍ଲା ତାଙ୍କୁ ଏହି ବିଶେଷ ସମ୍ମାନ ପ୍ରଦାନ କରିଥିଲେ ।
ଏହା ଶୁଣିବା ପରେ ପ୍ରଶଂସକମାନେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଅନେକ ପ୍ରଶଂସକ ତାଲିବାନର ଏହି ଆକାଉଣ୍ଟକୁ ନକଲି ବୋଲି କହିଥିବା ବେଳେ ଅନେକ ପ୍ରଶଂସକ ଏହା ଉପରେ ମଜାଳିଆ ମନ୍ତବ୍ୟ ଦେଉଛନ୍ତି । ତେବେ ଅମିତାଭ ବଚ୍ଚନ, ଯିଏକି ନିଜ ଟୁଇଟ୍ ଏବଂ ପୋଷ୍ଟ ସହିତ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ରହିଥାନ୍ତି ସେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି କେମିତି ।
Comments are closed.