କାବୁଲ: ଆଫଗାନିସ୍ତାନରେ ତାଲିବାନର କ୍ରୁର ଶାସନ ପୁଣି ଆରମ୍ଭ ହୋଇଯାଇଛି। ମହିଳାଙ୍କ ଉପରେ ନାନା କଟକଣା ଲଗାଇବା ସହ ଚୋରି ନାରୀ କଲେ ଏମିତି ଦଣ୍ଡ ମିଳୁଛି ଯେ ଦେଖିଲା ଲୋକର ଛାତି ଥରି ଉଠିବ। ମଙ୍ଗଳବାର ଚୋରି ଅଭିଯୋଗରେ ୪ ଜଣଙ୍କର ସର୍ବସମୁଖରେ ହାତ କାଟି ଦେଇଛି ତାଲିବାନ।
ମଙ୍ଗଳବାର କାନ୍ଧାହାରର ଅହମଦ ଶାହୀ ଷ୍ଟାଡିୟମରେ ଶହ ଶହ ଲୋକଙ୍କ ସାମ୍ନାରେ କିଛି ଲୋକଙ୍କୁ ବିଭିନ୍ନ ଅପରାଧ ପାଇଁ କ୍ରୁର ଭାବେ ଦଣ୍ଡିତ କରିଥିଲା ତାଲିବାନ। ଚୋରି ଅଭିଯୋଗରେ ୪ ଜଣଙ୍କର ହାତ କାଟି ଦେଇଥିବା ବେଳେ ୯ ଜଣଙ୍କୁ ହୋଇଥିଲା ଚାବୁକ ମାଡ଼। ବିଭିନ୍ନ ଅପରାଧ ପାଇଁ ଫୁଟବଲ୍ ଷ୍ଟାଡିୟମ୍ରେ ଏମାନଙ୍କୁ ଚାବୁକମାଡ଼ କରିଥିଲେ ତାଲିବାନ ଫାଇଟର। ରାଜ୍ୟପାଳ ହାଜୀ ଜାୟଦର ପ୍ରବକ୍ତାଙ୍କୁ ସୂଚନା ଅନୁସାରେ ୯ ଜଣଙ୍କୁ ୩୫-୩୯ ଥର ଚାବୁକ ମାଡ଼ କରାଯାଇଥିଲା। ବ୍ରିଟିଶ ଖବରକାଗଜ ଦି ସନ୍ରେ ଏହି ଖବର ପ୍ରକାଶ ପାଇଛି।
ଘଟଣା ସମୟରେ ଆସିଥିବା ଫଟୋରେ ଦେଖାଯାଉଛି ଯେ ୯ ଜଣ ଫୁଟ୍ବଲ ଗ୍ରାଉଣ୍ଡରେ ଆଣ୍ଠେଇ ନିଜ ନିଜ ଦଣ୍ଡ ପାଇଁ ଅପେକ୍ଷା କରିଛନ୍ତି। ଦେବେ ଦଣ୍ଡ ଦିଆଯାଉଥିବା ସମୟରେ ତାଲିବାନ କର୍ମଚାରୀ ଓ ମୌଲବୀ ଓ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକେ ସେଠାରେ ଉପସ୍ଥିତ ଥିଲେ ବୋଲି ସୂଚନା ମିଳିଛି।
The Taliban have reportedly cut off the hands of 4 people in a football stadium in Kandahar today, accused of theft, in front of spectators.
People are being lashed, amputated & executed in Afghanistan, without fair trial and due process.
This is a human rights violation. pic.twitter.com/vLcjCOTOM5
— Shabnam Nasimi (@NasimiShabnam) January 17, 2023
ମାନବାଧିକାର ଅଧିବକ୍ତା ଏବଂ ଅଫଗାନ ପୁନଃବିସ୍ଥାପନ ଓ ଶରାଣାର୍ଥୀ ମନ୍ତ୍ରାଳୟର ପୂର୍ବତନ ଉପଦେଷ୍ଟା ଶବନମ ନାସିମି ଏହି ଫୋଟକୁ ଟ୍ୱିଟ୍ କରିବା ସହ ଘଟଣା ବିଷୟରେ ସୂଚନା ଦେଇଛନ୍ତି। ସେହିପରି ଅଫଗାନିସ୍ତାନ ସାମ୍ବାଦିକ ତାଜୁଦେନ ସୋରୌଶ ମଧ୍ୟ ଷ୍ଟାଡିୟମ ବାହାରର ଏକ ଫଟୋ ଶେୟାର କରି ତାଲିବାନକୁ ଆଟାକ କରିଛନ୍ତି। ତାଲିବାନ ୧୯୯୦ର ଇତିହାସକୁ ପୁଣି ଦୋହରାଉଛି ବୋଲି ସେ ଟ୍ୱିଟ୍ କରି ଲେଖିଛନ୍ତି।
— Farahnaz Forotan (@FForotan) January 18, 2023
ଏନେଇ ସେ ଲେଖିଛନ୍ତି “ ୧୯୯୦ର ତାଲିବାନ ସର୍ବସାଧାରଣରେ ଦଣ୍ଡିତ କଲାଭଳି ଏହା କେବଳ ଇତିହାସର ପୁନରାବୃତ୍ତି।” ଆଫଗାନିସ୍ତାନ ଦଖଲ ପରେ ସର୍ବସମ୍ମୁଖରେ ଦଣ୍ଡିତ କରିବାର ଏହା ତାଲିବାନର ପ୍ରଥମ ଘଟଣା ଭାବେ ସାମ୍ନାକୁ ଆସିଛି। ଦି ସନ୍ର ରିପୋର୍ଟ ଅନୁସାରେ ଡିସେମ୍ବର ମାସରେ ହତ୍ୟା ଅଭିଯୋରେ ଜଣଙ୍କୁ ମୃତ୍ୟୁ ଦଣ୍ଡ ଦେଇଥିଲା ତାଲିବାନ। ପୀଡ଼ିତର ପିତାଙ୍କୁ ବନ୍ଧୁକ ଧରାଇ ସମସ୍ତଙ୍କ ସାମ୍ନାରେ ଦୋଷୀକୁ ଗୁଳି କରି ହତ୍ୟା କରାଯାଇଥିଲା ବୋଲି ଦି ସନ୍ ରିପୋର୍ଟ ପ୍ରକାଶ କରିଛି।
Comments are closed.