କାବୁଲ: ଝିଅ ହୋଇଚ କମ୍ କଥା କୁହ, ମହିଳାଙ୍କୁ ନେଇ ଏଭଳି କଟକଣା ଜାରି କଲା ତାଲିବାନ । ଆଫଗାନିସ୍ତାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ସବୁ ସୀମା ଅତିକ୍ରମ କରିଛି। ସ୍ଥିତି ଏଭଳି ଯେ ବର୍ତ୍ତମାନ ତାଲିବାନ ପକ୍ଷରୁ ମହିଳାଙ୍କ କଥାବାର୍ତ୍ତା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଛି।
ଆଜିକା ସମୟରେ ତଥା ୨୦୨୪ ମସିହାରେ ମହିଳାମାନେ ଚନ୍ଦ୍ରରେ ପହଞ୍ଚି ନିଜର ନାମ ଉଜ୍ଜ୍ବଳ କରୁଥିବା ବେଳେ ତାଲିବାନ ମହିଳାଙ୍କ ଚାଲିଚଳନ ଉପରେ କଟକଣା ଲଗାଉଛି।
ତେବେ ମହିଳାମାନେ ପ୍ରତ୍ୟେକ ଦେଶରେ ସ୍ବାଧୀନ ନୁହଁନ୍ତି। ଏପରି କିଛି ମହିଳା ଅଛନ୍ତି ଯେଉଁମାନେ ଭୋକରେ ଥାଇ ମଧ୍ୟ ଏକାକୀ ଘରୁ ବାହାରକୁ ଯାଇପାରିବେ ନାହିଁ,ପାଖରେ ବୁଦ୍ଧି ଥାଇ ମଧ୍ଯ ଉଚ୍ଚଶିକ୍ଷା କରିପାରିବେ ନାହିଁ |
ତାଲିବାନ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିବା ପରଠାରୁ ମହିଳାମାନଙ୍କ ଉପରେ ପୋଷାକଠାରୁ ଆରମ୍ଭ କରି ତାଙ୍କ କଥାବାର୍ତ୍ତା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି।
ଆଫଗାନିସ୍ତାନରେ ତାଲିବାନର ମନ୍ତ୍ରୀ ମହମ୍ମଦ ଖାଲିଦ ହାନାଫି ଏହି ନିର୍ଦ୍ଦେଶ ଦେଇ କହିଛନ୍ତି ଯେ , “ଯଦି ଜଣେ ମହିଳା କୁରାନ ପଢୁଛନ୍ତି ଏବଂ ସେହି ସମୟରେ ଯଦି ଅନ୍ୟ ଜଣେ ମହିଳା ତାଙ୍କ ସାମ୍ନାରୁ ଯାଉଛନ୍ତି ତା’ହେଲେ ସେ ତାଙ୍କ ସ୍ୱରକୁ ଏତେ କମ କରିବା ଉଚିତ ଯେ ଅନ୍ୟ ମହିଳା ତାଙ୍କ ସ୍ୱର ଶୁଣି ପାରିବେ ନାହିଁ।”
ତେବେ ବର୍ତ୍ତମାନ ଆଫଗାନିସ୍ତାନରେ ନୂଆ କାନୁନ ଲାଗୁ ହୋଇଛି ଯେଉଁଥିରେ ୩୫ ଟି ଧାରା ସାମିଲ ଅଛି। ଏହା ମଧ୍ୟରେ ରହିଛି-
ମହିଳାମାନଙ୍କୁ ସର୍ବସାଧାରଣରେ ନିଜ ଶରୀରକୁ ଘୋଡାଇ ରଖିବାକୁ ପଡିବ। ନିଜ ଚେହେରାକୁ ପୁରା ଘୋଡାଇବା ଜରୁରୀ। ଅଧିକ ଛୋଟ ତଥା ଟାଇଟ ପୋଷାକ ପିନ୍ଧି ପାରିବ ନାହିଁ। ଉଚ୍ଚ ସ୍ୱରରେ ଗୀତ ଗାଇବା କିମ୍ବା ପଢିପାରିବ ନାହିଁ। କୌଣସି ଅଜଣା ବ୍ୟକ୍ତିଙ୍କୁ ମହିଳା କିମ୍ବା ପୁରୁଷ କେହି ଦେଖି ପାରିବେ ନାହିଁ। ଏହା ବ୍ୟତୀତ ଧାରା ୧୯ ଅନୁଯାୟୀ, ମହିଳାମାନେ ଏକାକୀ ଘରୁ ବାହାରକୁ ମଧ୍ଯ ଯାଇପାରିବେ ନାହିଁ।
Comments are closed.