Latest Odisha News

BREAKING NEWS

ଜାତୀୟ ପତାକା ଧରି ପ୍ରଦର୍ଶନ କରୁଥିବା ବିକ୍ଷୋଭକାରୀଙ୍କ ଉପରେ ତାଲିବାନଙ୍କ ଗୁଳିମାଡ

କାବୁଲ: ତାଲିବାନରେ ଆଜି ଜାତୀୟ ପତାକା ଧିରି ବିକ୍ଷୋଭ କରୁଥିବା ପ୍ରଦର୍ଶନକାରୀଙ୍କ ଉପରେ ତାଲିବାନମାନେ ଗୁଳିମାଡ କରିଛନ୍ତି । ଗୁଳିମାଡରେ ନିହତ ଓ ଆହତଙ୍କ ସମ୍ପର୍କରେ କୌଣସି ତଥ୍ୟ ହସ୍ତଗତ ହୋଇ ନାହିଁ । ଏହି ଘଟଣାର ରିପୋର୍ଟିଂ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ବି ତାଲିବାନମାନେ ଆକ୍ରମଣ କରିଥିଲେ । ବିକ୍ଷୋଭକାରୀମାନେ ଆଫଗାନିସ୍ତାନର ଜାତୀୟ ପତାକାକୁ ନ କାଢ଼ିବା ପାଇଁ ଦାବୀ କରୁଥିଲେ । ଏଥିରେ ସେନାର ପୋଷାକ ପରିଧାନ କରିଥିବା ତାଲିବାନମାନେ କ୍ଷୁବ୍ଧ ହୋଇ ଗୁଳିମାଡ କରିଥିଲେ ।

ନାନଗରହାର ପ୍ରାନ୍ତରେ ଏହି ଘଟଣା ଘଟିଛି । ଏବେ ବି ଏହି ଅଂଚଳରେ ଉତେଜନାପୂର୍ଣ୍ଣ ପରିସ୍ଥିତି ରହିଛି । ପୂର୍ବରୁ ଶିହେଟ ମିଲିସିଆ ନେତା ଅବଦୁଲ ଅଲୀ ମଜାରୀଙ୍କ ପ୍ରତିମୁର୍ତିଙ୍କୁ ତାଲିବାନମାନେ ଭାଙ୍ଗି ଦେଇଛନ୍ତି । ୧୯୯୦ରୁ ମଜାରୀ ତାଲିବାନ ବିରୋଧରେ ସ୍ୱର ଉତୋଳନ କରିଥିଲେ । ୧୯୯୬ରେ ତାଙ୍କୁ ତାଲିବାନମାନେ ନୃଶଂସ ଭାବେ ହତ୍ୟା କରିଥିଲେ ।

Leave A Reply

Your email address will not be published.