Latest Odisha News

BREAKING NEWS

କେବେ ଆସିବ ପିଲାଙ୍କ ଲାଗି କରୋନା ଟିକା?

ନୂଆଦିଲ୍ଲୀ: ସେପ୍ଟେମ୍ବରରେ କରୋନା ତୃତୀୟ ତରଙ୍ଗ ଭାରତକୁ ହିଟ୍‌ କରିବା ଖବର ମଧ୍ୟରେ ପିଲାମାନଙ୍କ ସଂକ୍ରମଣ ବିସ୍ତାର ଖବରକୁ ନେଇ ଚିନ୍ତା ବଢିଛି। କେବେ ଶିଶୁଙ୍କ ଲାଗି କରୋନା ଟିକା ଆସିବ ତାହା ଏବେ ଆଲୋଚନାର ବିଷୟ ପାଲଟିଛି।

ଏ‌ ନେଇ ଆଇସିଏମଆର-ଏନଆଇଭି ନିର୍ଦ୍ଦେଶକ ପ୍ରିୟା ଆବ୍ରାହମ ପିଲାମାନଙ୍କ ପାଇଁ କରୋନାଭାଇରସ ଟିକା ସହ ଜଡିତ ବିକାଶ ଉପରେ ମନ୍ତବ୍ୟ ଦେଇଛନ୍ତି। ସେ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ୨ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ ଭରତ ବାୟୋଟେକର କୋଭାକ୍ସିନ୍‌ର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଛି।

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ନିର୍ଦ୍ଦେଶକ କହିଛନ୍ତି, “ଚୂଡାନ୍ତ ଫଳ ଖୁବ୍ ଶୀଘ୍ର ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ଫଳାଫଳଗୁଡିକ ନିୟାମକମାନଙ୍କୁ ଉପସ୍ଥାପିତ କରାଯିବ। ତେଣୁ, ସେପ୍ଟେମ୍ବର ସୁଦ୍ଧା କିମ୍ବା ଏହା ପରେ, ପିଲାମାନଙ୍କ ପାଇଁ କରୋନା ଟିକା ଉପଲବ୍ଧ ହୋଇପାରେ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.