Latest Odisha News

BREAKING NEWS

ଆଫଗାନିସ୍ତାନ ଦଖଲ ପରେ ଭାରତ ସହ ସମ୍ପର୍କ ଛିନ୍ନ କଲା ତାଲିବାନ୍

ନୂଆଦିଲ୍ଲୀ : ଭାରତ ଆଫଗାନିସ୍ତାନ ମଧ୍ୟରେ ଥିବା ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କରେ ଫାଟ । ଆଫଗାନିସ୍ତାନକୁ ଅକ୍ତିଆରକୁ ନେବା ପରେ ଭାରତ ସହ ସମସ୍ତ ପ୍ରକାର ବ୍ୟାବସାୟିକ ସମ୍ପର୍କ ଚ୍ଛିନ୍ନ କରିଛି ତାଲିବାନ୍ । ଫଳର ଭାରତ ଓ ଆଫଗାନ ମଧ୍ୟରେ ସମସ୍ତ ପ୍ରକାରର ଆମଦାନୀ- ରପ୍ତାନୀ ଉପରେ ରୋକ ଲାଗିଛି । ତାଲିବାନର ଭାରତ ସହ ସମସ୍ତ ପ୍ରକାର ଆମଦାନୀ, ରପ୍ତାନୀରେ ରୋକ ଲଗାଇଛି ବୋଲି ଫେଡେରେସନ ଅଫ୍ ଇଣ୍ଡିଆ ଏକ୍ସପୋର୍ଟ ଅର୍ଗାନାଇଜେସନର ଡକ୍ଟର ଅଜୟ ସହାୟ ଏହି ସୂଚନା ଦେଇଛନ୍ତି ।

ପାକିସ୍ତାନ ଦେଇ ଭାରତ-ଆଫଗାନିସ୍ତାନ ମଧ୍ୟରେ ଆମଦାନୀ, ରପ୍ତାନୀ ହୋଇଥାଏ । ହେଲେ ଏବେ ତାଲିବାନ ପାକିସ୍ତାନର ଟ୍ରାଞ୍ଜିଟ ରୁଟ୍‌ ଦେଇ ଚଳାଚଳ କରୁଥିବା କାର୍ଗୋ ଉପରେ ରୋକ ଲାଗାଇଛି । ଯାହାଫଳରେ ଆମଦାନୀ ରପ୍ତାନୀରେ ବାଧା ସୃଷ୍ଟି ହୋଇଛି । ତାଲିବାନର ସମସ୍ତ ସ୍ଥିତି ଉପରେ ଭାରତ ନଜର ରଖିଛି ବୋଲି ଡକ୍ଟର ସହାୟ କହିଛନ୍ତି । ୨୦୨୧ରେ ଆଫଗାନିସ୍ତାନକୁ ୮୩୫ ନିୟୁତ ଡଲାର ପରିମାଣର ସାମଗ୍ରୀ ରପ୍ତାନୀ ହେବା ଲକ୍ଷ୍ୟ ଥିଲା । ତେବେ ପରିବହନ ବନ୍ଦ ହେବାରୁ ବ୍ୟାପକ କ୍ଷତିର ସାମ୍ନା କରିବ ଭାରତ । ଭାରତ ଆଫଗାନକୁ ଚିନି, ଔଷଧ, ବିଭିନ୍ନ ପ୍ରକାରର କପଡ଼ା, ଚା’, କଫି, ମସଲା ଆଦି ରପ୍ତାନୀ କରିଥାଏ । ସେହିପରି ଭାରତ ବିଶେଷକରି ଡ୍ରାଏ ଫ୍ରୁଟ ପାଇଁ ଆଫଗାନିସ୍ତାନ ଉପରେ ନିର୍ଭର କରେ । ପିଆଜ ଓ ବିଭିନ୍ନ ପ୍ରକାରର ଚକଲେଟ ମଧ୍ୟ ଆଫଗାନରୁ ଆମଦାନୀ ହୋଇଥାଏ । ତାଲିବାନ ଆଫଗାନକୁ କବଜା କରିବା ପରେ ଏସବୁ କାରବାର ଠପ ହୋଇଯାଇଛି ।

Comments are closed.