Latest Odisha News

BREAKING NEWS

ଏବେ ବି ଆଫଗାନିସ୍ତାନରେ ଫସିଛନ୍ତି ୧୬୩୫ ଭାରତୀୟ

ଆଫଗାନିସ୍ତାନ : ଆଫଗାନିସ୍ତାନକୁ ଏବେ କବ୍‌ଜା କରିଛି ତାଲିବାନ । ତାଲିବାନର ରାଜୁତି ପରେ ଭାରତୀୟଙ୍କୁ ସେଠାରୁ ଉଦ୍ଧାର କରିବା ଭାରତ ପାଇଁ ସବୁଠୁ ଅଧିକ ଚ୍ୟାଲେଞ୍ଜ ହୋଇଛି । ଏବେ ବି ୧୬୩୫ ଭାରତୀୟ ଆଫଗାନିସ୍ତାନରେ ଫସି ରହିଛନ୍ତି । ଭାରତୀୟ ଦୂତାବାସର କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ଫେରାଇ ଆଣାଯାଇଥିବା ବେଳେ ସାଧାରଣ ଲୋକଙ୍କୁ ଫେରାଇ ଆଣିବାକୁ ଯୋଜନା ଚାଲିଛି । ଭାରତୀୟଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ବାୟୁସେନା ବିମାନ ପ୍ରସ୍ତୁତ ରହିଛି । ହେଲେ କ୍ଲିୟରାନ୍ସ ମିଳୁ ନଥିବାରୁ କାବୁଲ ଏୟାରପୋର୍ଟରେ ପହଞ୍ଚି ପାରୁନି ଭାରତୀୟ ବିମାନ ।

ଆଫଗାନିସ୍ତାନରେ ଭାରତ କରୁଥିବା ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟରତ ଥିବା ଭାରତୀୟମାନେ ଫସି ରହିଛନ୍ତି । ବାୟୁସେନା ବିମାନ ଯୋଗେ ସେମାନଙ୍କୁ ଆଣିବାକୁ ସରକାର ପ୍ରସ୍ତୁତି ଚଳାଇଛନ୍ତି । ହେଲେ କାବୁଲ ବିମାନ ବନ୍ଦରରେ ଲ୍ୟାଣ୍ଡିଂ ଅନୁମତିକୁ ଅପେକ୍ଷା କରାଯାଇଛି । ଏବେ ସୁଦ୍ଧା ୧୮୦ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଦୂତାବାସ କର୍ମଚାରୀ । ଆଫଗାନିସ୍ତାନରେ ଫସିଥିବା ଭାରତୀୟ ଦୂତାବାସ ସହ ସମ୍ପର୍କରେ ରହିଛନ୍ତି ସରକାର । ସେପଟେ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଆମର ପ୍ରାଥମିକତା ବୋଲି ନ୍ୟୁୟର୍କର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ।

Leave A Reply

Your email address will not be published.