Latest Odisha News

BREAKING NEWS

ଖୁବଶୀଘ୍ର ଆଫଗାନିସ୍ତାନକୁ ଇସଲାମିକ ଏମିରେଟ୍ ଅଫ୍ ଆଫଗାନିସ୍ତାନ ଭାବେ ଘୋଷଣା କରିବ ତାଲିବାନ

ଆଫଗାନିସ୍ତାନ : ଖୁବଶୀଘ୍ର ଆଫଗାନିସ୍ତାନକୁ ଇସଲାମିକ ଏମିରେଟ୍ ଅଫ୍ ଆଫଗାନିସ୍ତାନ ଭାବେ ଘୋଷଣା କରିବ ତାଲିବାନ । ତାଲିବାନର ଅନ୍ୟତମ କମାଣ୍ଡର ମୁଲ୍ଲା ଅବଦୁଲ ଘନି ବରଦାର ହୋଇପାରନ୍ତି ଦେଶର ନୂଆ ରାଷ୍ଟ୍ରପତି । ତାଲିବାନର ସେ ସହପ୍ରତିଷ୍ଠାତା ଥିଲେ । ବର୍ତ୍ତମାନ ସେ ଏହି ବିଦ୍ରୋହୀ ସଙ୍ଗଠନର ରାଜନୈତିକ ବ୍ୟାପାର ବିଭାଗ ସମ୍ଭାଳୁଛନ୍ତି । ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ଓମାରଙ୍କ ଜଣେ ବିଶ୍ବସ୍ତ ସହଯୋଗୀ ଭାବେ ବରଦାର ଜଣାଶୁଣା । ଓମାରଙ୍କୁ ୨୦୧୦ରେ ଗିରଫ କରାଯାଇଥିଲା ଏବଂ ୨୦୧୮ରେ ତାଙ୍କୁ ଖଲାସ କରାଯାଇଥିଲା ।

ସେପଟେ ଦେଶଛାଡି ପଳାୟନ କରିଥିବା ପୂର୍ବତନ ରାଷ୍ଟ୍ରପତି ଅସରଫ ଘନି ତାଙ୍କ ଫେସବୁକ ପୋଷ୍ଟରେ କହିଛନ୍ତି ରକ୍ତପାତ ଏଡାଇବା ଲାଗି ସେ ଏହି ପଦକ୍ଷେପ ନେଇଛନ୍ତି । ଦେଶରେ ବନ୍ଧୁକ ଓ ଖଣ୍ଡାର ବିଜୟ ଘଟିଛି । ତାଲିବାନ ଏବେ ଦେଶବାସୀଙ୍କ ଦାୟିତ୍ବ ନେବ । ଏକ ସ୍ବତନ୍ତ୍ର ବିମାନର ନିଜର ପରିବାର ଓ ବିଶ୍ବସ୍ତ କର୍ମଚାରୀଙ୍କ ସହ ଘନି ତାଜାକିସ୍ତାନ ଚାଲିଯାଇଥିଲେ । ହେଲେ ତାଜାକିସ୍ତାନରେ ତାଙ୍କ ବିମାନକୁ ଲ୍ୟାଣ୍ଡିଂ କରିବାକୁ ଅନୁମତି ଦିଆଯାଇନାହିଁ । ତାଲିବାନ ଦେଶକୁ କବଜା କରିବା ପରେ ପ୍ରାୟ ସମସ୍ତ ବିମାନବନ୍ଦରକୁ ଅଧିକୃତ କରିଛି । ୨୦ ବର୍ଷ ତଳେ ଯେଉଁ ସରକାରୀ କର୍ମଚାରୀ ଯେଉଁଠି କାର୍ଯ୍ୟରତ ଥିଲେ ସେହି ସ୍ଥାନକୁ ଫେରି ଆସିବା ଲାଗି ତାଲିବାନ ନିର୍ଦ୍ଦେଶ ଦେଇଛି । ସେହିପରି ଲାଞ୍ଚ, ଦୁର୍ନୀତି, ପ୍ରିୟାପ୍ରୀତି, ଔଦ୍ଧତ୍ୟ ଠାରୁ ଦୂରରେ ରହିବା ଲାଗି କର୍ମଚାରୀଙ୍କୁ ଦିଆଯାଇଛି କଡା ନିର୍ଦ୍ଦେଶ ।

Leave A Reply

Your email address will not be published.