Latest Odisha News

ଆଫଗାନିସ୍ତାନ କାବୁଲରେ ବିଗିଡିଲା ସ୍ଥିତି, ବିମାନ ବନ୍ଦରରେ ଫୁଟିଲା ଗୁଳି, ୫ ମୃତ

ଆଫଗାନିସ୍ତାନ : ତାଲିବାନ ହାତକୁ ଯାଇଛି ଆଫଗାନିସ୍ତାନ । ଏହାକୁ ଦଖଲ କରିବା ପରେ କାବୁଲରେ ବିଗିଡିଛି ସ୍ଥିତି । ହମିଦ କାରଜାଇ ଆନ୍ତର୍ଜାତିକ ବିମାନ ବନ୍ଦରରେ ଉତ୍ତ୍ୟକ୍ତ ଲୋକଙ୍କ ଉପରେ ହୋଇଛି ଗୁଳିକାଣ୍ଡ । ପ୍ରବଳ ଗହଳି ପରିଲକ୍ଷିତ ହେବାରୁ ବିମାନ ବନ୍ଦରରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ କାବୁଲକୁ ଆମେରିକାର ସମସ୍ତ ଦୂତାବାସ କର୍ମଚାରୀଙ୍କୁ ଅଣାଯାଇଛି । ନିଜ ନିଜ ଦେଶର ନାଗରିକଙ୍କ ସୁରକ୍ଷା ଲାଗି ତାଲିବାନ ଉଦ୍ଦେଶ୍ୟରେ ୬୦ରୁ ଅଧିକ ରାଷ୍ଟ୍ର ଜାରି କରିଛନ୍ତି ମିଳିତ ବିବୃତି ।

ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଦେଶରେ ୯୦ ଦଶକ ପରିସ୍ଥିତିର ପୁନରାବୃତ୍ତି ହୋଇଛି ବୋଲି କୁହାଯାଉଛି । ଦେଶକୁ ତାଲିବାନୀ ପୂରା କବଜାକୁ ନେଲା ପରେ ବାହାର ଦେଶର ଲୋକ ଫେରିବା ଆରମ୍ଭ କରିଛନ୍ତି । ସେପଟେ ଆମେରିକା-ଦିଲ୍ଲୀ ଫ୍ଲାଇଟକୁ ଆଫଗାନ ଆକାଶ ନଦେଇ ଯିବା ଲାଗି ଅନ୍ୟ ରୁଟର ବ୍ୟବସ୍ଥା କରାଯାଇଛି । ତାଲିବାନ ମୁଖପାତ୍ର ଶାହିନ ସୁହେଲ କହିଛନ୍ତି, ଆଫଗାନିସ୍ତାନର ପୁନର୍ଗଠନ ଲାଗି ଆନ୍ତର୍ଜାତିକ ସହଯୋଗରେ ରୋଡମ୍ୟାପ କରାଯାଉଛି । ନିଜର ଭୂମିକା ବଦଳାଇ ତାଲିବାନକୁ ଭାରତ ସହାୟତା କରୁ ବୋଲି କହିଛନ୍ତି ସୁହେଲ । ଅନ୍ୟପଟେ ତାଲିବାନୀ ସେନା ରାଷ୍ଟ୍ରପତି ଭବନକୁ ମଧ୍ୟ କବଜାକୁ ନେଇଛି ।

Leave A Reply

Your email address will not be published.