Latest Odisha News

କେବେ ବିବାହ କରିବେ ତମନ୍ନା-ବିଜୟ? ୱେଡିଂ ପ୍ଲାନକୁ ନେଇ ଭାଙ୍ଗିଲେ ନୀରବତା

ମୁମ୍ବାଇ: ବଲିଉଡର ଲଭବାର୍ଡ ତମନ୍ନା ଭାଟିଆ ଏବଂ ବିଜୟ ଭର୍ମା ପ୍ରାୟତଃ ଭଲ ସମୟ ଅତିବାହିତ କରୁଥିବା ନଜର ଆସେ। ପ୍ରାୟ ସମସ୍ତ ଇଭେଣ୍ଟରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳେ। ଏବେ ପ୍ରଶଂସକମାନେ ଉଭୟଙ୍କ ବିବାହକୁ ଅପେକ୍ଷା କରିଛନ୍ତି। ତେବେ ଏହି କପଲ ଏପର୍ଯ୍ୟନ୍ତ ସେମାନଙ୍କ ବିବାହ ଯୋଜନା ବିଷୟରେ କିଛି ପ୍ରକାଶ କରିନାହାଁନ୍ତି। କିନ୍ତୁ ତମନ୍ନା ଭାଟିଆ ଏକ ସାକ୍ଷାତକାର ସମୟରେ ତାଙ୍କ ୱେଡିଂ ପ୍ଲାନକୁ ନେଇ ନୀରବତା ଭାଙ୍ଗିଛନ୍ତି।

ହିନ୍ଦୁସ୍ତାନ ଟାଇମ୍ସ ସହିତ ଏକ ସାକ୍ଷାତକାରରେ ତମନ୍ନା କହିଛନ୍ତି, “ମୋ ପାଇଁ ବିବାହ ଏବଂ କ୍ୟାରିୟର ମଧ୍ୟରେ କୌଣସି ସମ୍ପର୍କ ନାହିଁ। ମୁଁ ଉଚ୍ଚାଭିଳାଷୀ ଏବଂ ବିବାହ ପରେ ମଧ୍ୟ ଅଭିନୟ ଜାରି ରଖିବି।” ଯଦିଓ ଅଭିନେତ୍ରୀ ବିଜୟଙ୍କ ସହ ତାଙ୍କ ବିବାହ ବିଷୟରେ ସବିଶେଷ ତଥ୍ୟ ଦେବା ଠାରୁ ଦୂରେଇ ରହିଥିଲେ, କିନ୍ତୁ ତେଲୁଗୁ 123 ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଦମ୍ପତିଙ୍କ ନିକଟ ସୂତ୍ରରୁ ଜଣାପଡିଛି ଯେ ସେ ଉଭୟ ୨୦୨୫ରେ ବିବାହ କରିବାକୁ ଯୋଜନା କରୁଛନ୍ତି।

ଖବର ଅନୁଯାୟୀ, ତମନ୍ନା ଏବଂ ବିଜୟ ବିବାହ ପରେ ମୁମ୍ବାଇରେ ବସବାସ କରିବାକୁ ଆପାର୍ଟମେଣ୍ଟ ଖୋଜୁଛନ୍ତି। ଯଦିଓ ଏ ବାବଦରେ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇ ନାହିଁ, କିନ୍ତୁ ରିପୋର୍ଟ ଅନୁଯାୟୀ ଏମାନେ ପ୍ରକୃତରେ ବିବାହ ଦିଗରେ ପଦକ୍ଷେପ ନେଉଛନ୍ତି। କହିବାକୁ ଗଲେ ବିଜୟ ଏବଂ ତମନ୍ନା ଲଷ୍ଟ ଷ୍ଟୋରୀ 2 ର ସେଟରେ ପ୍ରେମରେ ପଡିଥିଲେ ଏବଂ ଏହି କପଲ୍ ସେମାନଙ୍କ ସମ୍ପର୍କ ଲୁଚାଇ ନଥିଲେ। ସର୍ବସାଧାରଣରେ ଉଭୟ ପରସ୍ପରକୁ ପ୍ରେମ କରୁଥିବା ଦେଖାଯାଏ। ଭବିଷ୍ୟତରେ ବିଜୟଙ୍କ ସହ ଏକ ଫିଲ୍ମରେ କାମ କରିବା ବିଷୟରେ ତମନ୍ନା କହିଛନ୍ତି।

ଏହି ସମୟରେ, ୱାର୍କ ଫ୍ରଣ୍ଟରେ ତମନ୍ନାଙ୍କୁ ସ୍ତ୍ରୀ-2 ର ଆଇଟମ ଡ୍ୟାନ୍ସ ‘ଅଜ କି ରାତ’ରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଅଭିନେତ୍ରୀଙ୍କ ନେଟଫ୍ଲିକ୍ସ କ୍ରାଇମ ଡ୍ରାମା ସିକନ୍ଦର କା ମୁକାଦର ୨୯ ନଭେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି। ନୀରଜ ପାଣ୍ଡେଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରରେ ଅବିନାଶ ତିୱାରୀ ଏବଂ ଜିମି ଶେର୍ଗିଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ବିଜୟ ଭର୍ମା ଶେଷ ଥର ପାଇଁ ଆଇସି 814: କାନ୍ଦାହାର ହାଇଜାକ୍‌ରେ ନଜର ଆସିଥିଲେ।

Leave A Reply

Your email address will not be published.