ମୁମ୍ବାଇ: ଆଖିବୁଜିଲେ ତାମିଲ ସିନେମାର ଲୋକପ୍ରିୟ ବରିଷ୍ଠ ହାସ୍ୟାଭିନେତା ଆରଏସ ଶିବାଜୀ । ୬୬ବର୍ଷ ବୟସରେ ଶନିବାର ସକାଳେ ଚେନ୍ନାଇରେ ତାଙ୍କର ପରଲୋକ ହୋଇଛି । ଏନେଇ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଟ୍ରେଡ ଏନାଲିଷ୍ଟ ରମେଶ ବାଲା ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି । ଏହି ଖବର ପ୍ରଚାର ହେବା ପରେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଅନେକ କଳାକାର ଚେନ୍ନାଇସ୍ଥିତ ତାଙ୍କ ବାସଭବନକୁ ଯାଇ ତାଙ୍କର ଶେଷ ଦର୍ଶନ କରିଛନ୍ତି ।
ଗତ ଶୁକ୍ରବାର ରିଲିଜ ହୋଇଥିବା ଫିଲ୍ମ ‘ଲକି ମ୍ୟାନ’ରେ ଶିବାଜୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏଥିସହିତ ଅନେକ ଅଭୁଲା ଚରିତ୍ରରେ ସେ ନଜର ଆସିଛନ୍ତି । ତାଙ୍କର ସ୍ଥାନ ଅପୂରଣୀୟ । ଇଶ୍ୱର ତାଙ୍କର ଆତ୍ମାକୁ ଶାନ୍ତି ଦିଅନ୍ତୁ ବୋଲି ଅନେକ କଳାକାର କହିଛନ୍ତି ।
୧୯୫୬ ମସିହା ଅକ୍ଟୋବର ୨୬ତାରିଖରେ ଚେନ୍ନାଇରେ ଜନ୍ମ ହୋଇଥିବା ଆର.ଏସ୍ ଶିବାଜୀ ୮୦ ଦଶକରୁ ଫିଲ୍ମ ଜଗତରେ ସକ୍ରିୟ ରହିଛନ୍ତି । ସେ ବିଶେଷ ଭାବେ କମଲ ହାସନଙ୍କ ଫିଲ୍ମରେ କ୍ରମାଗତ ଭାବେ କାମ କରିଆସୁଥିଲେ । କମଲ ହାସନଙ୍କ ପ୍ରଡକ୍ସନ୍ ହାଉସ୍ ରାଜ କମଲ ଫିଲ୍ମ ଇଣ୍ଟରନ୍ୟାସନାଲ ସହିତ ତାଙ୍କର ଏକ ବିଶେଷ ସମ୍ପର୍କ ଥିଲା । ଏହାର ବ୍ୟାନରରେ ସେ ଅନେକ ହିଟ୍ ଫିଲ୍ମର କାମ କରିଛନ୍ତି । ଜଣେ ଅଭିନେତା ହାସ୍ୟାଭିନେତା ହେବା ବ୍ୟତୀତ ଶିବାଜୀ ସହକାରୀ ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ସାଉଣ୍ଡ ଡିଜାଇନିଂ ମଧ୍ୟ କରିଥିଲେ ।
Comments are closed.