Latest Odisha News

BREAKING NEWS

କାହିଁକି ଆତ୍ମହତ୍ୟା ଉଦ୍ୟମ କଲେ ଏହି ଅଭିନେତ୍ରୀ ?

ଚେନ୍ନାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ମନରେ ନ ଲିଭୁଣୁ ଆଉ ଜଣେ ଅଭିନେତ୍ରୀ କରିଛନ୍ତି ଆତ୍ମହତ୍ୟା ଉଦ୍ୟମ । ରବିବାର ତାମିଲ ଅଭିନେତ୍ରୀ ବିଜୟଲକ୍ଷ୍ମୀ ଆତ୍ମହତ୍ୟା ଉଦ୍ୟମ କରିଥିଲାବେଳେ ଚେନ୍ନାଇର ଏକ ହସ୍ପିଟାଲରେ ତାଙ୍କୁ ଗୁରୁତର ଅବସ୍ଥାରେ ଆଡମିଟ୍ କରାଯାଇଛି ।

ବହୁ ତାମିଲ, କନ୍ନଡ ଓ ମଲୟାଲମ ଫିଲ୍ମରେ ଅଭିନୟ କରିଥିବା ବିଜୟଲକ୍ଷ୍ମୀ ସୋସିଆଲ ମିଡିଆରେ ତାଙ୍କ ବିରୋଧରେ ଗାଳିଗୁଲଜ ଓ ଧମକ ଭଳି ଘଟଣାକୁ ସହ୍ୟ କରିନପାରିନଥିଲେ । ପଲିଟିସିଆନ୍ ସୀମନ ଓ ହରି ନଦାରଙ୍କ ସମର୍ଥକମାନେ ତାଙ୍କ ବିରୋଧରେ ଜାତିଆଣ ଭେଦଭାବ ଆଣି ବିଗତ ୪ମାସ ଧରି ସୋସିଆଲ୍ ମିଡିଆରେ ଅପମାନିତ କରିଥିଲେ ।

ଆତ୍ମହତ୍ୟା କରିବା ପୂର୍ବରୁ ରବିବାର ବିଜୟଲକ୍ଷ୍ମୀ ଫେସବୁକରେ ଏକ ଭିଡିଓ ଶେୟାର କରିଥିଲେ । ଯେଉଁଥିରେ ସେ ଅପମାନ ସହିନପାରି ବ୍ଲଡ୍ ପ୍ରେସର୍ ମେଡିସିନ୍ ଖାଇ ଆତ୍ମହତ୍ୟା କରୁଥିବା ନେଇ ସୂଚନା ଦେବା ସହ ସୀମନ ଓ ହରି ନଦାରଙ୍କୁ ଦାୟୀ କରିଥିଲେ । ବିଜୟଲକ୍ଷ୍ମୀ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।

ସର୍ବସାଧାରଣ ବୈଠକରେ ଅପମାନିତ କରିବା ନେଇ ମାର୍ଚ୍ଚ ମାସରେ ବିଜୟଲକ୍ଷ୍ମୀ ସୀମନ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ପିଟିସନ ଦାଖଲ କରିଥିଲେ । ଶ୍ରୀଲଙ୍କାର ମୂଳବାସିନ୍ଦା ହୋଇଥିଲେ ହେଁ ବିଜୟଲକ୍ଷ୍ମୀ ବେଙ୍ଗାଲୁରୁରେ ଜନ୍ମନେଇଥିଲେ । ଏହି କାରଣରୁ ସୀମନ ଓ ହରି ନଦାର ତାଙ୍କ ବିରୋଧରେ ଆଣିଥିଲେ ଜାତିଆଣ ଭେଦଭାବ ।

Leave A Reply

Your email address will not be published.