Latest Odisha News

BREAKING NEWS

ରାଜ୍ୟ ପାଇଁ ଖୁସି ଖବର; ସୁସ୍ଥ ହେେଲେ ଆଉ ୫୮୧ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୫୮୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ସୁସ୍ଥ ହୋଇଥିବା ୫୮୧ ଜଣଙ୍କ ମଧ୍ୟରୁ ୧୬୦ ଜଣ ଗଞ୍ଜାମରୁ, ୭୭ ଜଣ ଖୋର୍ଦ୍ଧା, ୪୩ ଜଣ ଗଜପତି, ୩୪ ଜଣ କଟକ, ମାଲକାନଗିରିରୁ ୩୨, ବରଗଡରୁ ୨୫, ଭଦ୍ରକରୁ ୨୩, କେନ୍ଦୁଝରରୁ ୧୯, ଅନୁଗୁଳରୁ ୧୭, କନ୍ଧମାଳରୁ ୧୭, ୧୪ ଜଣ ଜଗତସିଂହପୁର, ୧୪ ଜଣ ସମ୍ବଲପୁର, ମୟୂରଭଞ୍ଜରୁ ୧୨, ରାୟଗଡାରୁ ୧୨,ସୁନ୍ଦରଗଡରୁ ୧୨, ବାଲେଶ୍ୱରରୁ ୧୦, ଝାରସୁଗୁଡାରୁ ୯, କେନ୍ଦ୍ରାପଡାରୁ ୯, ପୁରୀରୁ ୯, ଢେଙ୍କାନାଳରୁ ୮, ଯାଜପୁରରୁ ୭, ବଲାଙ୍ଗିରରୁ ୬, ବୌଦ୍ଧରୁ୫, ଦେବଗଡରୁ ୩, ନବରଙ୍ଗପୁରରୁ ୨, କୋରାପୁଟ ଓ ନୟାଗଡରୁ ଜଣେ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଓଡିଶାରେ ମୋଟ୍ ୨୬,୮୯୨ କରୋନା ମାମଲା ରହିଥିବା ବେଳେ ମୋଟ୍ ୧୭୩୭୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ୧୪୭ ଜଣ ମୃତ୍ୟୁବରଣ କରିଛନ୍ତି।

Leave A Reply

Your email address will not be published.