Latest Odisha News

BREAKING NEWS

ଓସ୍କାର ୨୦୨୨: କୁଝାଙ୍ଗଲ ଫିଲ୍ମ ହେଲା ଭାରତର ଅଫିସିଆଲ ଏଂଟ୍ରି

ନୂଆଦିଲ୍ଲୀ: ଓସ୍କାର ୨୦୨୨ ପାଇଁ ଭାରତର ଅଫିସିଆଲ ଫିଲ୍ମ ଭାବେ ତାମିଲର କୁଝାଙ୍ଗଲକୁ ଏଂଟ୍ରି ମିଳିଛି । ଲୋକପ୍ରିୟ ଅଭିନେତ୍ରୀ ନୟନତାରା ଏବଂ ବିଘ୍ନେଶ ଶିବନ ରାଉଡି ପିକ୍‌ଚର ବ୍ୟାନରରେ ଏହା ନିର୍ମିତ ହୋଇଛି । ପିଏସ ବିନୋଥରାଜ ଏହାର ନିର୍ଦ୍ଦେଶନା ଦେଇଛି । ସର୍ଦ୍ଦାର ଉଧମ, ଶେରନୀ, ତୁଫାନ ଓ ଶେରଶାହା ପରି ୧୪ ଫିଲ୍ମକୁ ପଛରେ ପକାଇ ବାଜି ମାରିଥିଲା କୁଝାଙ୍ଗଲ । ରୋଟେରଡାମରେ ଏହା ସମ୍ମାନଜନକ ଟାଇଗର ପୁରସ୍କାର ଜିତିସାରିଛି ।

ଫିଲ୍ମର କାହାଣୀ ମଦୁଆ ବାପା ଏବଂ ପୁଅର ସମ୍ପର୍କକୁ ନେଇ ଆଧାରିତ । ମଦ୍ୟପ ବାପାର ଯନ୍ତ୍ରଣାରେ ଅସହ୍ୟ ହୋଇ ତାଙ୍କ ପତ୍ନୀ ତାଙ୍କୁ ଛାଡି ବାପଘରକୁ ପଳାଇ ଯାଇଥିଲେ । ଶେଷରେ ବାପା ଏବଂ ପୁଅ କିପରି ତାଙ୍କ ବିଶ୍ୱାସ ଜନ୍ମାଇ ଫେରାଇ ଆଣିବାକୁ ଚେଷ୍ଟା କରନ୍ତି ତାକୁ ନେଇ ଫିଲ୍ମଟି ନିର୍ମିତ ।

Leave A Reply

Your email address will not be published.