Latest Odisha News

ଓଡ଼ିଶାକୁ ରାଜସ୍ୱ ଦେବାରେ ଜେଏସଡବ୍ଲ୍ୟୁ ଶୀର୍ଷରେ

ଭୁବନେଶ୍ୱର: ଖଣିଜ ଉତ୍ପାଦ କମ୍ପାନୀ ମଧ୍ୟରେ ଜେଏସଡବ୍ଲ୍ୟୁ ଚଳିତ ଏପ୍ରିଲରୁ ସେପ୍ଟେମ୍ବର ଭିତରେ ଓଡ଼ିଶା ସରକାରଙ୍କୁ ସର୍ବାଧିକ ରାଜସ୍ୱ ଦେଇଛି। ରାଜ୍ୟରେ ମୋଟ୧୨୯୭୬.୧୭କୋଟି ଟଙ୍କା ରାଜସ୍ୱ ସଂଗ୍ରହ ହୋଇଥିବା ବେଳେ ସେଥିରୁ କେବଳ ଜେଏସଡବ୍ଲ୍ୟୁ ୪୬.୩% ଦେଇଛି। ଏହା ପୂର୍ବରୁ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ କମ୍ପାନୀ ୧୩୭୭.୭୬କୋଟି ଟଙ୍କା ରାଜସ୍ୱ ଦେଇଥିଲା।

ପ୍ରମୁଖ ଷ୍ଟିଲ୍ ଓ ଲୁହା ପଥର ଉତ୍ପାଦନକାରୀ କମ୍ପାନୀଗୁଡିକ ମଧ୍ୟରେ ଏହା ରାଜସ୍ୱ ପ୍ରଦାନକାରୀ ତାଲିକାରେ ଶୀର୍ଷରେ ରହିଆସିଛି। ୨୦୨୧-୨୨ ଆର୍ଥିକ ବର୍ଷ ସେପ୍ଟେମ୍ବର ସୁଦ୍ଧା ଓଡ଼ିଶାର ଖଣିଜ ରାଜସ୍ୱ ସଂଗ୍ରହ ଲକ୍ଷ୍ୟଠାରୁ ୨୨୧ ପ୍ରତିଶତ ଅଧିକ ରହିଛି।

ତେବେ ୨୦୩୧ ସୁଦ୍ଧା ଭାରତରେ ଷ୍ଟିଲ୍ ଉତ୍ପାଦନ ଦୁଇ ଗୁଣିତ ହେବାର ଆଶା ରହିଛି। ଆସନ୍ତା ୧୦ବର୍ଷରେ ଏହା ୩ପ୍ରତିଶତରୁ ଅଧିକ ରହିପାରେ। ଲୁହା ଓ ଇସ୍ପାତ ଖଣି ବ୍ୟତୀତ ଓଡ଼ିଶାରେ ଖଣିଜ ପଦାର୍ଥ ମଧ୍ୟ ମହଜୁଦ ରହିଛି। ଯାହା କି ଦେଶର ଅର୍ଥନୀତିରେ ପରିବର୍ତ୍ତନ ଆଣି ତାକୁ ଗତି ଦେଇପାରେ । ଓଡ଼ିଶା ସମ୍ପଦ ଓଡ଼ିଶାବାସୀଙ୍କର। ରାଜ୍ୟ ପାଇଁ ସର୍ବଧିକ ରାଜସ୍ୱ ଉତ୍ପାଦକ ଭାବରେ। କମ୍ପାନୀ ସକ୍ରିୟ ଭାବେ ରାଜ୍ୟବାସୀଙ୍କୁ ଫେରାଉଛି।

ଖଣିଜର ଭଣ୍ଡାର ଓଡ଼ିଶା ଏବେ ଭାରତର ଇସ୍ପାତ ରାଜଧାନୀ ହେବାକୁ ଯାଉଛି। ୨୦୩୦ ସୁଦ୍ଧା ଦେଶର ୩୦୦ମିଲିୟନ୍ ଟନ୍ ଷ୍ଟିଲ୍ ଉତ୍ପାଦନ ଲକ୍ଷ୍ୟ ପୂରଣରେ ଓଡ଼ିଶା ପ୍ରମୁଖ ଯୋଗାଣକାରୀ ହେବ ବୋଲି ଆକଳନ କରାଯାଇଛି।

ଓଡ଼ିଶାରେ ଜେଏସଡବ୍ଲ୍ୟୁର ବର୍ତ୍ତମାନ ପରିଚାଳନାରେ ପାରାଦୀପ ବନ୍ଦରରେ ୩ମେଟ୍ରିକ୍ ଟନ୍ର ଷ୍ଟିଲ୍ ପ୍ଲାଣ୍ଟ, ୩୦ମେଟ୍ରିକ୍ ଟନ୍ର ଲୁହା ପଥର ଖଣି, ୫ମେଟ୍ରିକ୍ ଟନ୍ର ସିମେଣ୍ଟ ପ୍ଲାଣ୍ଟ ଅନ୍ତର୍ଭୁକ୍ତ ରହିଛି । ବ୍ରାଉନଫିଲ୍ଡ ପ୍ରୋଜେକ୍ଟକୁ ବାର୍ଷିକ ୩ ମେଟ୍ରିକ୍ ଟନରୁ ୧୦ମେଟ୍ରିକ୍ ଟନକୁ ସମ୍ପ୍ରସାରଣ , ଏକ ବିଶ୍ୱସ୍ତରୀୟ ଗ୍ରୀନ୍ ଫିଲ୍ଡ ସୁବିଧା ପ୍ରମୁଖଏହି ଜେଏସଡବ୍ଲ୍ୟୁ ଅଭିବୃଦ୍ଧି ଯୋଜନାରେ ସାମିଲ ରହିଛି ।

Leave A Reply

Your email address will not be published.