Latest Odisha News

BREAKING NEWS

Coldrif Cough Syrup: ବିଷାକ୍ତ କଫ ସିରପ ପ୍ରସ୍ତୁତ କରୁଥିବା କମ୍ପାନୀର ଲାଇସେନ୍ସ ବାତିଲ

ନୂଆଦିଲ୍ଲୀ: ଦେଶରେ କୋଡିଏରୁ ଅଧିକ ଶିଶୁଙ୍କ ମୃତ୍ୟୁର କାରଣ ହୋଇଥିବା କୋଲଡ୍ରିଫ୍ କଫ ସିରପ ପ୍ରସ୍ତୁତକାରୀ କମ୍ପାନୀ ଶ୍ରୀସାନ ଫାର୍ମାସ୍ୟୁଟିକାଲସର ଲାଇସେନ୍ସକୁ ସମ୍ପୂର୍ଣ୍ଣ ରଦ୍ଦ କରାଯାଇଛି। ତାମିଲନାଡୁ ସରକାର କମ୍ପାନୀକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

ଏହି ଔଷଧଟି ତାମିଲନାଡୁର କାଞ୍ଚିପୁରମ ଜିଲ୍ଲାର ସୁଙ୍ଗୁଓ୍ବରଚତ୍ରମରେ ଅବସ୍ଥିତ ଶ୍ରୀସାନ ଫାର୍ମା ଦ୍ୱାରା ନିର୍ମିତ ହୋଇଥିଲା।

କମ୍ପାନୀର ସିରପରେ ୪୮.୬ ପ୍ରତିଶତ ଘାତକ ରାସାୟନିକ ଡାଇଥିଲିନ୍ ଗ୍ଲାଇକଲ୍ ମିଳିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଏହି ସମ୍ପର୍କରେ, ଅଧିକାରୀମାନେ ଗତ ଶୁକ୍ରବାର ଶ୍ରୀସାନ ଫାର୍ମାର ଔଷଧ ଉତ୍ପାଦନ କାରଖାନା ଯାଞ୍ଚ କରିଥିଲେ। ଔଷଧ ଉତ୍ପାଦନରେ ବ୍ୟବହୃତ ନମୁନା ଜବତ କରାଯାଇଥିଲା। ଏଥିରେ ୪୮.୬ ପ୍ରତିଶତ ରାସାୟନିକ “ଡାଇଥାଇଲିନ୍ ଗ୍ଲାଇକଲ୍” ଥିବା ଜଣାପଡିଛି, ଯାହା ଜୀବନ ପାଇଁ ବିପଦପୂର୍ଣ୍ଣ। ଏହି କାରଣରୁ, ଶ୍ରୀସାନ ଫାର୍ମା ବିରୋଧରେ ଏକ ମାମଲା ରୁଜୁ କରାଯାଇଛି ଏବଂ କମ୍ପାନୀକୁ ସିଲ୍ କରାଯାଇଛି।

ସୂଚନାଥାଉକି, ମଧ୍ୟପ୍ରଦେଶର ସ୍ୱତନ୍ତ୍ର ତଦନ୍ତ ଦଳ, ତାମିଲନାଡୁ ପୋଲିସ ସହାୟତାରେ, ୯ ଅକ୍ଟୋବର ସକାଳେ ଚେନ୍ନାଇର ଅଶୋକ ନଗରରୁ କମ୍ପାନୀ ମାଲିକ ଶ୍ରୀ ରଙ୍ଗନାଥନଙ୍କୁ ସଫଳତାର ସହ ଗିରଫ କରିଥିଲେ।

Comments are closed.