Latest Odisha News

BREAKING NEWS

ଉଧାର କରି ପ୍ରାର୍ଥୀପତ୍ର ଦାଖଲ କିନ୍ତୁ ପ୍ରତିଶ୍ରୁତିରେ ୩ ମହଲା ଘର, କୋଟିଏ ଟଙ୍କା ଦେବେ

ଚେନ୍ନାଇ: ତାମିଲନାଡୁର ମଦୁରାଇ ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଥୁଲମ ସରବରନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେ ସାଙ୍ଗମାନଙ୍କଠାରୁ ଉଧାର କରି ନାମାଙ୍କନ ପତ୍ର ଦାଖଲ କରିଥିଲେ ମଧ୍ୟ ତାଙ୍କ ନିର୍ବାଚନ ପ୍ରତିଶ୍ରୁତି ଏବେ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି । ନିର୍ବାଚନ ଜିତିଲେ ସେ ଭୋଟରଙ୍କୁ ଗୋଟିଏ ହେଲିକପ୍ଟର, ୧କୋଟି ଟଙ୍କା, ବିବାହ ପାଇଁ ସୁନା ଅଳଙ୍କାର ଓ ୩ ମହଲା ଘର ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଏହା ବ୍ୟତୀତ ସମସ୍ତଙ୍କୁ ଚନ୍ଦ୍ର ପୃଷ୍ଠ ବୁଲାଇନେବା ସହ ଘରକାର୍ଯ୍ୟରେ ସହାୟତା ପାଇଁ ଗୃହଣୀଙ୍କୁ ରୋବୋଟ ଦେବେ ବୋଲି କହିଛନ୍ତି । ସବୁଠାରୁ ମଜାର କଥା ସ୍ଥାନୀୟ ଅଂଚଳକୁ ଗରମରୁ ମୁକ୍ତି ଦେବା ପାଇଁ ୩୦୦ ଫୁଟର ବରଫ ପାହାଡ ତିଆରି କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.