Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ବିଧାନସଭା ଛାଡ଼ି ଚାଲିଗଲେ ତାମିଲନାଡୁ ରାଜ୍ୟପାଳ

ଚେନ୍ନାଇ: ମୁଖ୍ୟମନ୍ତ୍ରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ବିଧାନସଭା ଗୃହ ଛାଡ଼ି ଚାଲିଗଲେ ତାମିଲନାଡୁ ରାଜ୍ୟପାଳ ଆର୍‌ ଏନ୍ ରବି। ସୋମବାର ସକାଳେ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ୍ ଏକ ପ୍ରସ୍ତାବ ଆଣିଥିଲେ। ଯେଉଁଥିରେ କୁହାଯାଇଥିଲା ଯେ ଶୀତକାଳିନ ଅଧିବେଶନ ପ୍ରଥମ ଦିନରେ କେବଳ ରାଜ୍ୟ ସରକାରଙ୍କର ଦ୍ୱାରା ପ୍ରଦତ୍ତ ଭାଷଣ ରେକର୍ଡ କରାଯିବ। ଏହାପରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ଦେଖାଯାଇଥିଲା। ଏଥିରେ କ୍ଷ୍ୟୁବ୍ଧ ହୋଇ ଗୃହ ଛାଡ଼ି ଚାଲିଯାଇଥିଲେ ରାଜ୍ୟପାଳ ଆରଏନ୍ ରବି।

ରାଜ୍ୟପାଳ ସ୍ୱାଗତ ଭାଷଣ ରଖିଲା ବେଳେ ଷ୍ଟାଲିନ୍ ସରକାର ଦ୍ୱାରା ପ୍ରଦତ୍ତ ଭାଷଣର କିଛି ଅଂଶ ଛାଡ଼ିଯାଇଥିଲେ। ଯାହାକୁ ନେଇ ଭାଷଣ ମଝିରେ ରାଜ୍ୟପାଳଙ୍କୁ ଅଟକାଇଥିଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍। କେବଳ ରାଜ୍ୟ ସରକାରଙ୍କର ଦ୍ୱାରା ପ୍ରଦତ୍ତ ଭାଷଣ ରେକର୍ଡରେ ଯିବ ବୋଲି ଏକ ପ୍ରସ୍ତାବ ଆଣିଥିଲେ।

ଫଳରେ ରାଜ୍ୟପାଳଙ୍କ ଦ୍ୱାରା ଯୋଗ କରାଯାଇଥିବା ଅଂଶକୁଗୁଡ଼ିକୁ ହଟାଇ ଦେବାକୁ ପ୍ରସ୍ତାବ ପାରିତ ହୋଇଥିଲା। ଏହି ପ୍ରସ୍ତାବକୁ ନେଇ ରାଜ୍ୟପାଳ ଉତକ୍ଷିପ୍ତ ହୋଇ ଜାତୀୟ ସଂଗୀତ ଗାନ ପୂର୍ବରୁ ଗୃହ ତ୍ୟାଗ କରି ଚାଲିଯାଇଥିଲେ।

ସୂଚନା ଥାଉକି- ତାମିଲନାଡୁ ସରକାରଙ୍କର ଦ୍ୱାରା ପାରିତ ପ୍ରସ୍ତାବରେ ଧର୍ମନିରପେକ୍ଷତା ବିଷୟରେ କୁହାଯିବା ସହ ତାମିଲନାଡୁକୁ ସ୍ୱର୍ଗ ବୋଲି କହିବା ଓ ପେରିୟାର, ବି.ଆ.ର ଆମ୍ବେଦକର, କେ କାମରାଜ, ସି.ଏନ୍ ଅନ୍ନଦୁରାଇ, ଏବଂ କରୁଣାନିଧି ଭଳି ନେତାଙ୍କ ବିଷୟରେ ଲେଖାଯାଇଥିଲା ସେହିପରି ପ୍ରସ୍ତାବରେ ରାଜ୍ୟପାଳଙ୍କ କାର୍ଯ୍ୟ ବିଧାନସଭା ପରମ୍ପରା ବିରୋଧୀ ବୋଲି ଲେଖାଯାଇଥିଲା।

ଏହା ପୂର୍ବରୁ ଅନେକ ସମୟରେ ରାଜ୍ୟପାଳ ଓ ରାଜ୍ୟ ସରକାର ମଧ୍ୟରେ ବିଭିନ୍ନ ବିଷୟକୁ ନେଇ ମତାନ୍ତର ହୋଇଛି। ଅନେକ ବିଲକୁ କ୍ଲିଏର କରିବାରେ ରାଜ୍ୟପାଳଙ୍କ ବିଳମ୍ବ କରୁଛନ୍ତି ବୋଲି ରାଜ୍ୟ ସରକାର ଅଭିଯୋଗ ଆଣିଛନ୍ତି।

Leave A Reply

Your email address will not be published.