Latest Odisha News

BREAKING NEWS

ସରକାରୀ ଧନ ନୁହେଁ ନିଜ ଚିକିତ୍ସା ଖର୍ଚ୍ଚ ନିଜେ ବହନ କରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: RTI ରିପୋର୍ଟ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ଦିନ ଠାରୁ ନିଜ ଚିକିତ୍ସା ଖର୍ଚ୍ଚ ନିଜେ କରିଛନ୍ତି। ସରକାରୀ ରାଜକୋଷରୁ ଏଥିପାଇଁ ଗୋଟିଏ ବି ଟଙ୍କା ଖର୍ଚ୍ଚ ହୋଇ ନାହିଁ। ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ସାମ୍ନାକୁ ଆସିଛି। ପୁଣେ ସ୍ଥିତି ଆର୍‌ଟିଆଇ କର୍ମୀ ପ୍ରଫୁଲ ସାରଦା ଆର୍‌ଟିଆଇ ଆକ୍ଟ ବଳରେ ପ୍ରଧାନମନ୍ତ୍ରୀଙ୍କ ଚିକିତ୍ସା ବାବଦକୁ ଖର୍ଚ୍ଚ ବିଷୟରେ ରିପୋର୍ଟ ମାଗିଥିଲେ। ଜବାବରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

୨୦୧୪ରୁ ଏପର୍ଯ୍ୟନ୍ତ ଦେଶରେ ହେଉ ବି ବିଦେଶରେ ପ୍ରଧାନମନ୍ତ୍ରୀ ମୋଦୀ ନିଜର ସମସ୍ତ ମେଡିକାଲ ଖର୍ଚ୍ଚ ନିଜେ ବହନ କରିଛନ୍ତି। ଟଙ୍କାଟିଏ ବି ସରକାରୀ ଅର୍ଥରୁ ଖର୍ଚ୍ଚ ହୋଇ ନାହିଁ ବୋଲି ପିଏମ୍‌ଓ କହିଛି।

ପିଏମଓ କାର୍ଯ୍ୟାଳୟର ସଚିବ ବିନୋଦ ବିହାରୀ ସିଂହ ଏହି ଆର୍‌ଟିଆଇ ଆବେଦନର ଉତ୍ତର ରଖିଥିଲେ। ମୋଦୀଙ୍କ ଚିକିତ୍ସା ପାଇଁ ସରକାରୀ ବଜେଟ୍‌ରୁ ଟଙ୍କାଟିଏ ବି ଖର୍ଚ୍ଚ ହୋଇ ନାହିଁ ବୋଲି ସେ କହିଥିଲେ। ଏମିତିକି ପ୍ରଧାନମନ୍ତ୍ରୀ ନିଜର କୌଣସି ବି ବ୍ୟକ୍ତିଗତ କାମ ପାଇଁ ସରକାରୀ ଅର୍ଥ ବ୍ୟୟ କରି ନାହାନ୍ତି ବୋଲି ପିଏମ୍‌ଓ ସଚିବ କହିଛନ୍ତି।

 

Leave A Reply

Your email address will not be published.