ମାଡ୍ରାସ: ତାମିଲନାଡୁରେ ଏକ କବାଡି ମ୍ୟାଚ ଅବସରରେ ଦୁଃଖଦ ଘଟଣା ଘଟିଛି । ଏକ ଜିଲାସ୍ତରୀୟ ମୁକାବିଲାରେ ବିମଲରାଜ ନାମକ ଜଣେ କବାଡି ଖେଳାଳି ରେଡ କରୁଥିବା ସମୟରେ ବିରୋଧୀ ଦଳର ଖେଳାଳିଙ୍କ ନିକଟରୁ ବଂଚିବା ପାଇଁ ଡେଇଁଥିଲେ । ସେ ତଳେ ପଡି ଯାଇଥିଲେ ଏବଂ କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ବିମଲରାଜ ତଳେ ପଡିଥିବା ସମୟରେ ବିପକ୍ଷ ଦଳର ଜଣେ ଖେଳାଳିଙ୍କ ଆଂଠୁ ତାଙ୍କ ଛାତିରେ ଜୋରରେ ବାଜିଥିଲା । ସେ ନିଜ ଟିମପଟକୁ ଫେରି ଆସିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଉଠିପାରି ନ ଥିଲେ । ସାଥୀ ଖେଳାଳିମାନେ ତାଙ୍କୁ ପାଣି ମାରି ଚେତା ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ ମଧ୍ୟ କିଛି ଲାଭ ହୋଇ ନ ଥିଲା । ତୁରନ୍ତ ଡାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ଏହା ପରେ ଟ୍ରଫି ସହ ଏହି ଖେଳାଳିଙ୍କୁ ପୋତା ଯାଇଥିଲା । କିଛି ଦିନ ତଳେ ଏକ କିକ ବକ୍ସିଂ ମୁକାବିଲାରେ ନିଖିଳ ସୁରେଶ ନାମକ ଜଣେ ଖେଳାଳିଙ୍କ ଫାଇଟ ବେଳେ ମୃତ୍ୟୁ ଘଟିଥିଲା ।
BREAKING NEWS
- ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ, ହାଇ ଆଲର୍ଟରେ ସମଗ୍ର ଅଞ୍ଚଳ
- Narendra Pond: ଏହି ଦିନରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା; ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ଚାପ ଡଙ୍ଗା
- ଜଣେ ବି ଚାଷୀର ଧାନ ରହିବ ନାହିଁ, ସବୁ ଧାନ କିଣା ଯିବ: ମନ୍ତ୍ରୀ
- Rupee Posts Biggest Gain: ୧୨ ବର୍ଷରେ ପ୍ରଥମ ଥର ଦମ୍ ଦେଖାଇଲା ଟଙ୍କା, ଡଲାର ତୁଳନାରେ କଲା ଦୃଢ଼ ପ୍ରତ୍ୟାବର୍ତ୍ତନ…
- ସମୁଦ୍ର ତଳେ ଷଡ଼ଯନ୍ତ୍ର, ଗାଏବ ହୋଇଯିବ ଇଣ୍ଟରନେଟ୍ !
- ରିଲ୍ସ କରିବା ହେଲା କାଳ, ପୋଲରୁ ନଦୀକୁ ଡେଇଁଲେ ଦୁଇ ଯୁବକ
- ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଅଶ୍ୱିନ୍ କାହିଁକି ଦେଲେ ସତର୍କବାଣୀ ?
- ଦୁଇରୁ ତିନି ବର୍ଷ ମଧ୍ୟରେ ଦୂର ହେବ ଅଗ୍ନିବୀରଙ୍କ ଅଭାବ
- ଏକଲବ୍ୟ ପୁରସ୍କାର-୨୦୨୬ ପାଇଁ ଦରଖାସ୍ତ ଆହ୍ୱାନ
- Iran US War: ନୌସେନା, ବାୟୁସେନା, ସମଗ୍ର ନେତୃତ୍ୱ…ସବୁ ଶେଷ, ଇରାନ ଉପରେ ବିଜୟ ଘୋଷଣା କଲେ ରାଷ୍ଟ୍ରପତି ଟ୍ରମ୍ପ
Comments are closed.