Latest Odisha News

BREAKING NEWS

ମାଙ୍କଡ ପାଇଁ ଗଲା ୮ ଦିନର ଶିଶୁ କନ୍ୟାର ଜୀବନ

ନୂଆଦିଲ୍ଲୀ: ଏକ ୮ ଦିନର ଶିଶୁ କନ୍ୟାକୁ ମାଙ୍କଡ ଚୋରି କରି ନେଇଯିବା ପରେ ଶିଶୁ କନ୍ୟାଟିର ମୃତ୍ୟୁ ଘଟିଛି। ନବଜାତ ଶିଶୁର ମାଙ୍କ କହିବାନୁସାରେ, ମାଙ୍କଡମାନେ ଛାତର ଟାଇଲ ବାଟ ଦେ ଘର ଭିତରକୁ ପ୍ରବେଶ କରି ଶିଶୁଟିକୁ ଚୋରି କରିନେଇଥିଲା।

ନବଜାତ ଶିଶୁଟିର ମା ଭୁବନେଶ୍ୱରୀ ଅଭିଯୋଗ କରିଛନ୍ତି ଯେ ମାଙ୍କଡମାନେ ତାଙ୍କ ଘରେ ପ୍ରବେଶ କରି ଶନିବାର ଦିନ ଶୋଇଥିବା ଶିଶୁମାନଙ୍କୁ ଉଠାଇ ନେଇଥିଲେ।

ଛାତ ଉପରେ ଥିବା ମାଙ୍କଡମାନଙ୍କୁ ଦେଖି ସେ ଚକିତ ହୋଇ ଚିତ୍କାର କରିବାକୁ ଲାଗିଲେ ବୋଲି ଭୁବନେଶ୍ୱରୀ କହିଛନ୍ତି। ପରେ ହିଁ ସେ ଅନୁଭବ କଲେ ଯେ ତାଙ୍କ ପିଲାମାନେ ନିଖୋଜ ଅଛନ୍ତି।

ସେ ଚିତ୍କାର କରି କାନ୍ଦିବା ବେଳେ ପଡୋଶୀମାନେ ଆସି ତାଙ୍କୁ ସାହାଯ୍ୟ କରିଥିଲେ। ସେମାନେ ଆସି ଛାତରୁ ଗୋଟିଏ ଶିଶୁକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ କିନ୍ତୁ ଅନ୍ୟଟିକୁ ପାଇନଥିଲେ।

କିଛି ସମୟ ପରେ ଅନ୍ୟ ଶିଶୁଟି ନିକଟସ୍ଥ ଏକ ଜଳରାଶିରେ ମିଳିଥିଲା।

ଘଟଣାସ୍ଥଳରେ ପହଞ୍ଚିଥିବା ଡାକ୍ତରୀ ଦଳ ଶିଶୁଟିକୁ ମୃତ ଘୋଷଣା କରିଥିଲେ। ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

 

Leave A Reply

Your email address will not be published.