ଓଡ଼ିଶା ସମ୍ବାଦ ବ୍ୟୁରୋ: ଅନଲାଇନ୍ ଗେମିଂ ନିୟନ୍ତ୍ରଣ ଏବଂ ଅନଲାଇନ୍ ଜୁଆ ଖେଳ ଉପରେ ବ୍ୟାନ କରିବାକୁ ତାମିଲନାଡୁ ସରକାର ନିଷ୍ପତ୍ତି ନେଇଛନ୍ତି। ଶନିବାର ରାଜ୍ୟପାଳ ଆର.ଏନ୍ ରବି ରାଜ୍ୟ ସରକାରଙ୍କ ନିୟମକୁ ଅନୁମୋଦନ କରିଛନ୍ତି, ଯାହା ପରେ ପ୍ରତିବନ୍ଧକ ଏବଂ ନିୟମ ଲାଗୁ କରାଯାଇଛି। ଅନଲାଇନ୍ ଜୁଆ, ପେଡ୍ ଅନ୍ଲାଇନ୍ ଗେମ୍ ଅଫ୍ ଚାର୍ଜ (ରମି ଏବଂ ପୋକର୍), ଯେକୌଣସି ପ୍ରକାରର ବିଜ୍ଞାପନ ଯାହା ସିଧାସଳଖ କିମ୍ବା ପରୋକ୍ଷ ଭାବରେ ଗେମକୁ ଖେଳିବା ପାଇଁ ପ୍ରେରିତ କରୁଛି ସେହି ସମସ୍ତ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ତାମିଲନାଡୁ ସରକାର।
ତାମିଲନାଡୁ ସରକାରଙ୍କ ନିୟମ ଅନୁଯାୟୀ କୌଣସି ବ୍ୟାଙ୍କ କିମ୍ବା ପେମେଣ୍ଟ ଗେଟୱେ ଏହିପରି କାରବାରକୁ ଅନୁମୋଦନ ଦେଇପାରିବନାହିଁ। ରାଜ୍ୟ କ୍ୟାବିନେଟ ଏହି ନିୟମର ଆଧ୍ୟାଦେଶକୁ ଅନୁମୋଦନ କରିବା ପରେ ଅକ୍ଟୋବର 1 ତାରିଖରେ ରାଜ ଭବନକୁ ଏହି ଫାଇଲ ପଠାଯାଇଥିଲା। ଏହି ନିୟମ ଅନୁଯାୟୀ, ଲୋକାଲ ଅନ୍ଲାଇନ୍ ଗେମ୍ସ ପ୍ରୋଭାଇଡରଙ୍କୁ ଏହିପରି ସେବା ଯୋଗାଇବା ପାଇଁ ପଞ୍ଜୀକରଣ କରିବାକୁ ହେବ। ନିୟମ ଅନୁଯାୟୀ, ଯେଉଁ ଆପ୍ କିମ୍ବା ଗେମ୍ସରେ ଟଙ୍କା କିମ୍ବା ଅଂଶଧନ ଆବଶ୍ୟକ ହୁଏ ତାହାକୁ ରାଜ୍ୟରେ କୌଣସି ଅନଲାଇନ୍ ଗେମ୍ ପ୍ରଦାନକାରୀ ଅନଲାଇନ୍ ଗେମିଂ ସେବା ଯୋଗାଇ ପାରିବେ ନାହିଁ। ଏଥିସହିତ କୌଣସି ପ୍ରକାରର ଗେମ୍ସ ଅଫ୍ ଚାନ୍ସକୁ ଖେଳିବା ପାଇଁ ଉତ୍ସାହିତ କରିପାରିବେ ନାହିଁ।
ନନ୍-ଲୋକାଲ ଗେମ ପ୍ରଦାନକାରୀଙ୍କୁ ମଧ୍ୟ ଏହି ପ୍ରତିବନ୍ଧକ ଅଧୀନରେ ରଖାଯାଇଛି ଏବଂ ସେମାନେ ମଧ୍ୟ ରାଜ୍ୟରେ ଏଭଳି ସେବା ଯୋଗାଇ ପାରିବେ ନାହିଁ। ଅଲ୍ ଇଣ୍ଡିଆ ଗେମିଂ ଫେଡେରେସନ୍ (AIGF) ତାମିଲନାଡୁ ସରକାରଙ୍କୁ ଏହି ନିୟମର ପୁନର୍ବିଚାର କରିବାକୁ ଅନୁରୋଧ କରିଛି। ଏଆଇଜିଏଫ୍ କହିଛି ଯେ ଏହି ପ୍ରତିବନ୍ଧକ ରାଜ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ। ଏହିପରି ନିୟମ ପରେ ଲୋକମାନେ ଅଫଶୋର ୱେବସାଇଟ୍ ବ୍ୟବହାର କରିବା ଆରମ୍ଭ କରିବେ। ତାମିଙ୍ଗଗାମିଙ୍ଗ ଫେଡେରେଶନ ସରକାରଙ୍କ ନିୟମକୁ ମାଡ୍ରାସ ହାଇକୋର୍ଟଙ୍କ ଆଦେଶର ଉଲ୍ଲଂଘନ ବୋଲି କହିଛନ୍ତି, ଯାହା ଏପରି ଆଇନକୁ ରଦ୍ଦ କରିଛି।
Comments are closed.