Latest Odisha News

BREAKING NEWS

ତାମିଲନାଡୁରେ ବର୍ଷା ବିତ୍ପାତ: ଘର କାନ୍ଥ ଭୁଶୁଡ଼ି ୧୭ ମୃତ

ତାମିଲନାଡୁ: ତାମିଲନାଡୁରେ କିଛିଦିନ ହେବ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷାରେ ଏପର୍ଯ୍ୟନ୍ତ ୩ଟି ଘର ଭାଙ୍ଗି ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ଭଙ୍ଗା ଘର ତଳେ ଚାପି ହୋଇ ରହିଥିବା ଲୋକଙ୍କୁ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀର ମିଳିତ ସହଯୋଗରେ ଉଦ୍ଧାର କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ, ମଚ୍ଛଲିପାଟଣମର ନାଦୂର କନ୍ନପନ ଲେଆଉଟରେ ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଷୁଡି ତିନୋଟି ଘର ଭାଙ୍ଗି ଯାଇଛି। ଏଥିରେ ୧୫ ଜଣ ଲୋକ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।

ଅନ୍ୟପଟେ ଉତ୍ତର ପୂର୍ବ ମୌସୁମୀ କାରଣରୁ ତାମିଲନାଡୁରେ ବହୁ ଅଞ୍ଚଳରେ ଏବଂ ପଡୋଶୀ ରାଜ୍ୟ ପୁଡୁଚେରୀରେ ଗତ ୨୪ ଘଣ୍ଟା ହେବ ଲଗାଣ ବର୍ଷା ହେଉଛି।

ଚେନ୍ନାଇସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଗାମୀ ଦୁଇ ଦିନ ଯାଏଁ ତାମିଲନାଡୁର ଛଅଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସ୍କୁଲ କଲେଜ ଛୁଟି ଘୋଷଣା କରାଯାଇଥିବା ସୂଚନା ମିଳିଛି । ଏତଦ୍ ବ୍ୟତୀତ ମାଡ୍ରାସ ବିଶ୍ଵବିଦ୍ୟାଳୟ ଓ ଅନ୍ନା ବିଶ୍ଵବିଦ୍ୟାଳୟରେ ହେବାକୁ ଥିବା ପରୀକ୍ଷା ମଧ୍ୟ ସ୍ଥଗିତ କରାଯାଇଛି।

Leave A Reply

Your email address will not be published.