Latest Odisha News

ନିଶାସକ୍ତ ଭାବେ ଗାଡି ଚଳାଇ ଗିରଫ ହେଲେ ୧୭୮ ମଦ୍ୟପ ଚାଳକ

ଭୁବନେଶ୍ୱର: ନୂଆ ମୋଟର ଯାନ ଅଧିନିୟମ ଅନୁଯାୟୀ ସାରା ରାଜ୍ୟରେ ଟ୍ରାଫିକ୍ ନିୟମ କଡାକଡି ଭାବେ ଲାଗୁ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗତ ରବିବାର ଦିନ ପ୍ରାୟ ୫୪୭୪ ଜଣ ବ୍ୟକ୍ତି ଟ୍ରାଫିକ୍ ନିୟମ ଉଲଂଘନ କରି ତଣ୍ଡ ଗଣିବା ସହ ପାଖାପାଖି ୧୭୮ ଜଣ ମଦ୍ୟପ ଗାଡି ଚଳାକଙ୍କୁ ଗିରଫ କରାଯାଇଛି ।

ଏନେଇ ପୋଲିସ ମହାନିର୍ଦ୍ଦେଶକ (ଅତିରିକ୍ତ) ସତ୍ୟଜିତ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଇବା ଅଭିଯୋଗରେ ସମ୍ପୃକ୍ତ ଗାଡି ଚାଳକଙ୍କୁ ୧୦ ହଜାର ଟଙ୍କା ଜୋରିମାନା କରାଯିବା ସହ କୋର୍ଟ ଚାଲାଣ କରାଯାଇଛି ।

ଶ୍ରୀ ମହାନ୍ତି ଆହୁରି ମଧ୍ୟ କହିଛନ୍ତି, ଭୁବନେଶ୍ୱରର ପ୍ରାୟ ୩୬ଟି ସ୍ଥାନରେ ଗାଡି ଚେକିଂ କରାଯାଇଥିବା ବେଳେ ପ୍ରଥମ ଦିନରେ ହିଁ ୮ ଲକ୍ଷ ଟଙ୍କାରୁ ଅଧିକ ଜୋରିମାନା ଆଦାୟ କରାଯାଇଛି ।

ଏହାବ୍ୟତିତ ଚେକିଂ ବେଳେ ପଳାୟନ କରିବାରେ ସଫଳ ହୋଇଥିବା ଗାଡି ଗୁଡିକର ଚିହ୍ନଟ ସ୍ୱୟଂଚାଳିତ ନଂ ପ୍ଲେଟ୍ ମେସିନ୍ (ଏଏନପିଆର୍) ଦ୍ୱାରା କରାଯାଉଛି ଏବଂ ସେମାନଙ୍କ ଠିକଣାରେ ଜୋରିମାନା ଅର୍ଥରାଶି ସହ ଚାଲାଣ ପଠାଯାଇଛି ।

ସେହିପରି କଟକର ଜୋବ୍ରା ଆନିକଟ୍ ସ୍କୋୟାର୍, ବାଦାମବାଡି ସ୍କୋୟାର୍ ଓ ମଧୁପାଟଣା ସ୍କୋୟାରରେ ଚେକିଂ ସମୟରେ ପ୍ରାୟ ୬୩ ଜଣ ବ୍ୟକ୍ତିଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି।

ତେବେ ଟ୍ୱିନସିଟି ବ୍ୟତିତ ବାଲେଶ୍ୱରରେ ୬୫ ଜଣ, ଭଦ୍ରକରେ ୧୯ ଜଣ ଓ କେନ୍ଦୁଝରରେ ୬୦ ଜଣ ଗାଡି ଚାଳକଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି ।

Leave A Reply

Your email address will not be published.