Latest Odisha News

BREAKING NEWS

ତାମିଲନାଡୁ ଦଳାଚକଟା: ମୃତ୍ୟୁ ସଂଖ୍ୟା ୩୯କୁ ବୃଦ୍ଧି, ସେପଟେ, ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ

ଚେନ୍ନାଇ: ତାମିଲନାଡୁ କରୁର ଦଳାଚକଟା ଘଟଣାରେ ମୃତ୍ୟୁସଂଖ୍ୟା ୩୯କୁ ବୃଦ୍ଧି । ପୃଥକ ପୃଥକ ହସ୍ପିଟାଲରେ ୯୫ରୁ ଅଧିକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସେଥିମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ରହିଛି ।

ସେପଟେ, ସାଉଥ ଷ୍ଟାର ବିଜୟଙ୍କ ଟିଭିକେ ରାଲିରେ ଘଟିଥିବା ଏହି ବଡ଼ ଅଘଟଣରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଓ ଆହତଙ୍କ ପାଇଁ ୧ ଲକ୍ଷର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ସେ କରୁର ଯାଇ ମୃତକଙ୍କ ପରିବାରକୁ ଭେଟି ଶାନ୍ତ୍ୱନା ଦେଇଛନ୍ତି ।

ଏହା ସହ କୌଣସି ରାଜନୈତିକ ରାଲିରେ ଏପରି ପୂର୍ବରୁ ଘଟି ନ ଥିଲା କହିଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ । ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଗଠନ କଲେ ତଦନ୍ତ କମିଶନ ।

ସୂଚନାଯୋଗ୍ୟ, ତାମିଲନାଡୁର କରୁର ଜିଲ୍ଲାରେ ‘ତାମିଝାଗା ଭେଟ୍ରି କାଝଗମ୍’ (TVK) ନେତା ସାଉଥ୍ ସୁପରଷ୍ଟାର୍ ବିଜୟ ରାଲି କରିଥିଲେ । ରାଲି ସମୟରେ ଦଳାଚକଟା ହୋଇଥିଲା । ମୃତକଙ୍କ ମଧ୍ୟରେ ମହିଳା ଏବଂ ପିଲାମାନେ ମଧ୍ୟ ଅଛନ୍ତି ।

Comments are closed.