Latest Odisha News

BREAKING NEWS

ପୋଲିସ ଜାଲରେ “ଉଁ ଆଁ” ଗ୍ୟାଙ୍ଗ, ଟାର୍ଗେଟ୍‌ରେ ଥିଲେ ବ୍ୟାଚଲର୍ ଓ କଲେଜ ପଢୁଆ

ଗିରଫ ଅଭିଯୁକ୍ତଠାରୁ ପୋଲିସ ୨୦ରୁ ଅଧିକ ମୋବାଇଲ ଫୋନ୍‌, ଗୋଟିଏ କ୍ୟାମେରା, ଗୋଟିଏ ଲାପଟ୍ , ଗୋଟିଏ ଆଧାର କାର୍ଡ ଓ ଗୋଟିଏ ଚିଠି ଜବତ କରିଛି

ଭୁବନେଶ୍ୱର: ରାଜଧାନୀରେ ବେଶ କିଛି ଦିନ ଧରି ଚାଂଚଲ୍ୟ ଖେଳାଇଥିଲେ “ଉଁ ଆଁ” ଗ୍ୟାଙ୍ଗ । ଧାରଣ କରିଥିଲେ ମୁକ ଓ ବଧିର ପରିଚୟ । ହେଲେ ଅସଲ କାମ ଥିଲା ଲୁଟ୍ କରିବା ଓ ଆଖି ପିଛୁଳାକେ ଚମ୍ପଟ୍ ମାରିବା । ଧରାପଡିଲେ ମୁକ ଓ ବଧିର ପରିଚୟ ଦେଇ ଖସିଯିବା ଲାଗି ମଧ୍ୟ ଥିଲା ଫୁଲ୍ ପ୍ରୁଫ୍ ପ୍ଲାନ୍ । ହେଲେ ଶେଷରେ ଏହି ଗ୍ୟାଙ୍ଗକୁ ଧରିବାରେ କମିଶନରେଟ୍ ପୋଲିସ ସଫଳ ହୋଇଛି ।

ବହୁଦିନ ଧରି ଛାନଭିନ୍ କରିବା ପରେ ପୋଲିସ ହାତରେ ତାମିଲନାଡୁ ଭେଲୁର ଅଂଚଳର ଦୁଇ ଅଭିଯୁକ୍ତ ଧରାପଡିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ଗଣେଶ କ୍ରିଷ୍ଣା ଓ କ୍ରିଷ୍ଣା ଓଥୁଲଗା । ଦେଖିବାକୁ ବେଶ ସାଧାରଣ, ହେଲେ ଏମାନଙ୍କ ଲୁଟର ତରିକା କିନ୍ତୁ ଖୋଦ ତଦନ୍ତକାରୀ ଦଳକୁ ଚକିତ କରିଛି ।

ଖାସ କରି ବ୍ୟାଚଲର, ହଷ୍ଟେଲ୍ ଓ ମେସ ଏମାନଙ୍କ ଟାର୍ଗେଟରେ ଥିଲା । ଏକାଧିକ ଥର ରେକି କରିବା ରେ ସକାଳୁସକାଳୁ ଦୁଇ ଅଭିଯୁକ୍ତ ଲୁଟ୍ ଯୋଜନାକୁ କାର୍ଯ୍ୟକାରୀ କରୁଥିଲେ । ଏଥିପାଇଁ ସେମାନେ ଅଳିଆ ସଫା କରିବା କିମ୍ବା କାମ କରିବା ଭଳି ବାହାନା ଅବଲମ୍ବନ କରୁଥିଲେ । କେବେ କ୍ୱଚିତ ସନ୍ଦେହ ଘେରକୁ ଆସିଲେ, ମୁକ ଓ ବଧିର ପରିଚୟ ଦେଇ ଖସିଯାଉଥିଲେ । ଏଥିପାଇଁ ସେମାନେ ଅଳିଆ ସଫା କରିବା କିମ୍ବା କାମ କରିବା ଭଳି ବାହାନା ଅବଲମ୍ବନ କରୁଥିଲେ । କେବେ କ୍ୱଚିତ ସନ୍ଦେହ ଘେରକୁ ଆସିଲେ, ମୁକ ଓ ବଧିର ପରିଚୟ ଦେଇ ଖସିଯାଉଥିଲେ ।

ଗିରଫ ଅଭିଯୁକ୍ତଠାରୁ ପୋଲିସ ୨୦ରୁ ଅଧିକ ମୋବାଇଲ ଫୋନ୍‌, ଗୋଟିଏ କ୍ୟାମେରା, ଗୋଟିଏ ଲାପଟ୍ , ଗୋଟିଏ ଆଧାର କାର୍ଡ ଓ ଗୋଟିଏ ଚିଠି ଜବତ କରିଛି । ଅନ୍ୟପଟେ ଏମାନଙ୍କ ସହ କୌଣସି ରାକେଟ୍ ସକ୍ରିୟ ଥିବା ସନ୍ଦେହ କରି ପଚରାଉଚରା କରିବା ଲାଗି ପୋଲିସ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି ।

Leave A Reply

Your email address will not be published.