Latest Odisha News

BREAKING NEWS

କରୋନା ଲଢ଼େଇ ପାଇଁ ମୋଦିଙ୍କ ୩ଟି ମନ୍ତ୍ର; ଖୁବ୍ ଶୀଘ୍ର ହେଉ ଶିଶୁଙ୍କ ଟୀକାକରଣ

ନୂଆଦିଲ୍ଲୀ: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ଜରିଆରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି ସମୀକ୍ଷା ବୈଠକ କରିଛନ୍ତି । ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ସହ ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ପରାମର୍ଶ ଦେଇଛନ୍ତି ମୋଦି । ପ୍ରଧାନମନ୍ତ୍ରୀ ବୈଠକରେ କହିଛନ୍ତି ଯେ, ଏବେ ଯାଏଁ କରୋନା ସଂପୂର୍ଣ୍ଣ ରୂପେ ଯାଇନି । ଆମକୁ ଶେଷ ପର୍ୟ୍ୟନ୍ତ ସତର୍କ ରହିବାକୁ ହେବ ବୋଲି ମୋଦି କହିଛନ୍ତି ।

ଓମିକ୍ରନ ଭେରିଏଣ୍ଟ ଏବଂ ଅନ୍ୟ ନୂଆ ଭେରିଏଣ୍ଟ ଏବେ ବି ବିପଦ ବନିଛନ୍ତି । ବୈଜ୍ଞାନିକ ମାନଙ୍କ ପରାମର୍ଶ ମାନି ଆମକୁ ସତର୍କ ରହିବାକୁ ପଡ଼ିବ । ଟେଷ୍ଟ, ଟ୍ରାକ୍ ଏବଂ ଟ୍ରିଟ୍ କୁ ମନ୍ତ୍ର କରି କରୋନା ସହ ଲଢ଼େଇ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ହସ୍ପିଟାଲରେ ଆଡମିଶନ ନେଉଥିବା ପ୍ରତ୍ୟେକ ସଂକ୍ରମିତଙ୍କୁ ଆରଟିପିସିଆର ଟେଷ୍ଟ କରାଯିବା ଦରକାର ବୋଲି ମୋଦି କହିଛନ୍ତି । ସରକାରୀ ତଥ୍ୟ ଅନୁସାରେ ଦେଶରେ ହୋଇଥିବା ୯୬ ପ୍ରତିଶତ ଟୀକାକରଣକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରି ଗର୍ବର ବିଷୟ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଅନ୍ତତଃ ୧୮ରୁ ଉର୍ଦ୍ଧ୍ୱ ୯୬ ପ୍ରତିଶତ ନାଗରିକ ଗୋଟିଏ ଡୋଜ୍ ଟୀକା ନେଇଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି ପରାମର୍ଶ ଦେଇଛନ୍ତି ଯେ, ସମସ୍ତ ଯୋଗ୍ୟ ଶିଶୁଙ୍କୁ ଯଥାଶୀଘ୍ର ଟୀକାକରଣ କରାଯାଉ । କୋଭିଡ ସତର୍କ ନିୟମ ବିଷୟରେ ସାଧାରଣରେ ଯଥେଷ୍ଟ ସଚେତନତାର ଆବଶ୍ୟକତା ଅଛି।

Leave A Reply

Your email address will not be published.