Latest Odisha News

BREAKING NEWS

ମଦୁରାଇ ଏକ୍ସପ୍ରେସରେ ନିଆଁ : ୮ ଯାତ୍ରୀ ଜୀବନ୍ତ ଦଗ୍ଧ , ୨୦ରୁ ଉର୍ଦ୍ଧ୍ବ ଆହତ

ତାମିଲନାଡୁ :  ଟ୍ରେନରେ ବଡଧରଣର ଅଗ୍ନିକାଣ୍ଡ । ତାମିଲନାଡୁ ମଦୁରାଇରେ ପୁଣି ବଡ ଧରଣର ଅଘଟଣ ଘଟିଛି  । ପୁନାଲୁର-ମଦୁରାଇ ଏକ୍ସପ୍ରେସରେ ନିଆଁ ଲାଗି ୮ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି  । ଆଗକୁ ମୃତାହତଙ୍କ ସଂଖ୍ୟା ଆହୁରି ବଢିବାର ଆଶଙ୍କା କରାଯାଉଛି  । ୨୦ରୁ ଉର୍ଦ୍ଧ୍ବ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି  ।

BjdElectrycity

କିଛି ଯାତ୍ରୀ ବେଆଇନ ଭାବେ ଗ୍ୟାସ୍ ସିଲିଣ୍ଡର ନେଇ ଯାଉଥିଲେ  । ସେଥିରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି  । ସକାଳ ପ୍ରାୟ ୫ଟା ୧୫ରେ ଟ୍ରେନର ଟୁରିଷ୍ଟ କୋଚରେ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବା ପରେ ବ୍ୟତିବ୍ୟସ୍ତ ହୋଇ ଟ୍ରେନରୁ ଡେଇଁ ପଡିଥିଲେ ଶହ ଶହ ଯାତ୍ରୀ । ଟ୍ରେନଟି ଲକ୍ଷ୍ନୋରୁ ରାମେଶ୍ୱରମ୍ ଯାଉଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛି ।

 

Leave A Reply

Your email address will not be published.