Latest Odisha News

BREAKING NEWS

ଆଜି ପୁଣି ଗଞ୍ଜାମ ଗସ୍ତରେ ଯିବେ ଫାଇଭ୍-ଟି ସଚିବ , ବିଭିନ୍ନ ବିକାଶ ପ୍ରକଳ୍ପର କରିବେ ସମୀକ୍ଷା

ଗଞ୍ଜାମ: ଆଜି ଦ୍ୱିତୀୟ ଦିନରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିକାଶ ପ୍ରକଳ୍ପର ସମୀକ୍ଷା କରିବେ ଫାଇଭ୍-ଟି ସଚିବ । ଭିକେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ସୋରାଡ଼ା ପରେ ପୋଲସରାରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ଖଲିକୋର୍ଟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସେ ଛାତ୍ରଛାତ୍ରୀ, ମିଶନ ଶକ୍ତି ମହିଳା ସମେତ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିବେ ।

ଗତକାଲି ପାରଳାଖେମୁଣ୍ଡିରେ ପହଞ୍ଚିବା ପରେ ଅଚାନକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇ ସ୍ବାସ୍ଥ୍ୟ ବ୍ୟବସ୍ଥାର ଯାଞ୍ଚ କରିଥିଲେ  । ଏବଂ ରୋଗୀଙ୍କ ଠାରୁ ମତାମତ ସଂଗ୍ରହ କରିଥିଲେ ।  ଡାକ୍ତରଖାନା ପକ୍ଷରୁ ଦିଆଯାଉଥିବା ସୁବିଧା ଓ ରୋଗୀସେବା କିପରି ଚାଲିଛି ସେନେଇ ଉଭୟ ରୋଗୀ ଓ ଡାକ୍ତରଙ୍କୁ ପଚାରି ବୁଝିଥିଲେ । ଡାକ୍ତରଖାନାର ବିଭିନ୍ନ ଓ୍ବାର୍ଡ ବୁଲିବା ସହ ପରିମଳ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ଡାକ୍ତରଖାନା ପରିସରକୁ ଅଧିକ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ସିଡିଏମଓଙ୍କୁ ପରାମର୍ଶ ଦେଇଥିଲେ  ।

ଏହାପରେ ୫-ଟି ସଚିବ ଭିକେ ପାଣ୍ଡିଆନ୍‌ ଟାଉନ୍‌ ଥାନାରେ ପହଞ୍ଚିଥିଲେ । ସେଠାରେ ଶ୍ରୀ ପାଣ୍ଡିଆନ୍‌ ମୋ ସରକାର କାର୍ଯ୍ୟକ୍ରମ ଅଧିନରେ ଫୋନ୍‌ରେ ଆସୁଥିବା ମାମଲା ପଞ୍ଜିକୃତ ହେଉଛି କି ନାହିଁ ତାହା ଅନୁଧ୍ୟାନ କରିଥିଲେ । ସେହିପରି ମାମଲା ପଞ୍ଜିକୃତ ହେବା ପରେ ପୁଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଉଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରିଥିଲେ ।

Leave A Reply

Your email address will not be published.