Latest Odisha News

BREAKING NEWS

ତାମିଲନାଡୁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୭ମୃତ ଓ ୩୦ ଆହତ

ତାମିଲନାଡୁ : ତାମିଲନାଡୁ ଅନ୍ତର୍ଗତ ସାଲେମ ଠାରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ଭାରସାମ୍ୟ ହରାଇ ଏକ ମିନି ଭ୍ୟାନକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବସଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଚୁରମାର ହୋଇଯାଇଛି ।

ସୂଚନା ଅନୁଯାୟୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇବା ସହ ମୃତକଙ୍କ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି ।

ଅନ୍ୟପକ୍ଷରେ ଦୁର୍ଘଟଣା ପରେ ବହୁ ସମୟ ଧରି ରାସ୍ତା ଜାମ ହୋଇରହିଥିଲା । ଏହି ଘଟଣାରେ ଦୁଇ ଜଣ ମହିଳାଙ୍କ ସମେତ ୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପାଖାପାଖି ୩୦ ଜଣ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.