Latest Odisha News

BREAKING NEWS

ଏହି ମହାନଗରଗୁଡିକରେ ତନ୍ଦୁରୀ ରୋଟି ବ୍ୟାନ୍ ! ନିୟମ ଉଲ୍ଲଂଘନ କଲେ ୫ ଲକ୍ଷ ଫାଇନ୍

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର କେତେକ ସ୍ଥାନରେ ଏବେ ଆଉ ଦେଖିବାକୁ ମିଳି ନପାରେ ତୁନ୍ଦୁରୀ ରୋଟି। କାରଣ ଏହା ଉପରେ ବ୍ୟାନ୍ ଲାଗିଛି। ଯିଏ କାଟ ଓ କୋଇଲା ଚୂଲିରେ ତନ୍ଦୁରୀ ରୋଟି ତିଆରି କରିବେ ତାଙ୍କୁ ହେବ ମୋଟା ଅଙ୍କର ଫାଇନ୍। ଏଥିପାଇଁ ସବୁ ହୋଟେଲ୍, ରେସ୍ତୋରାଁ ଓ ଢାବାକୁ ନୋଟିସ୍ ଦିଆ ସରିଛି।

BjdElectrycity

ପ୍ରଦୂଷଣକୁ ରୋକିବା ପାଇଁ ମଧ୍ୟପ୍ରଦେଶ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ତେବେ ସ୍ୱଚ୍ଛତା ଦୃଷ୍ଟିରୁ ଯେମିତି ମଧ୍ୟପ୍ରଦେଶ ସରକାର ଇନ୍ଦୋର ସହରକୁ ସବୁଠାରୁ ଆଗରେ ରଖୁଛନ୍ତି। ସେହିପରି ପ୍ରଦୂଷଣ କ୍ଷେତ୍ରରେ ମଧ୍ୟ ରୋକ୍ ଲଗାଇବାକୁ ଅଣ୍ଟା ଭିଡ଼ିଛନ୍ତି ଶିବରାଜ ସରକାର।

ଏଥିପାଇଁ ମଧ୍ୟପ୍ରଦେଶର ମହାନାଗରଗୁଡ଼ିକରେ ଯଥା ରାଜଧାନୀ ଭୋପାଳ, ଇନ୍ଦୋର, ଜବଲପୁର ଓ ଗ୍ୱାଲିୟର ତନ୍ଦୁରୀ ରୋଟିକୁ ବ୍ୟାନ୍ କରାଯାଇଛି। ତନ୍ଦୁରୀ ରୋଟି କଲାବେଳେ ଅଧିକ ଧୂଆଁ ହେଉଥିବାରୁ ଏହା ବାୟୁ ପ୍ରଦୂଷଣ ବଢ଼ାଉଛି। ତେଣୁ ଏହାକୁ ଏହି ୪ ମହାନଗରରେ ବ୍ୟାନ୍ କରାଯାଇଛି। ତେବେ ଇ-ଚୂଲା ଓ ଗ୍ୟାସ୍ ବ୍ୟବହାର କରି ରୋଟି ତିଆରି କରିବାକୁ ଅନୁମତି ରହିଛି। ଯଦି ନିୟମର ଉଲ୍ଲଂଘନ ହୁଏ ତେବେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫାଇନ ପଡ଼ିବ ବୋଲି ମହାନାଗର ନିଗମ ପ୍ରଶାସନ ନିର୍ଦ୍ଦେଶ ଦେଇଛି।

ମଧ୍ୟପ୍ରଦେଶରେ ତନ୍ଦୁରୀ ରୋଟିର ଚାହିଦା ଅଧିକ ଥିବାରୁ ସରକାରଙ୍କର ଏଭଳି ନିର୍ଦ୍ଦେଶରେ ହୋଟେଲ୍ ଓ ଢାବାଗୁଡ଼ିକ ଉପରେ ପ୍ରଭାବ ପକାଇବ। ତେବେ କାଠ କିମ୍ବା କୋଇଲା ବ୍ୟବହାର ନ କରି ଗ୍ୟାସ୍ କିମ୍ବା ଇ-ଚୂଲାରେ ତନ୍ଦୁରୀ କଲେ ଢାବା ଓ ହୋଟେଲ୍ ମାଲିକଙ୍କୁ ଘୋଡ଼ା ୬ ଦାନ ୯ ଭଳି ସ୍ଥିତି ଦେଖା ଦେଇପାରେ। ତେଣୁ ସରକାରଙ୍କର ଏପରି ନିଷ୍ପତ୍ତି ହୋଟେଲ୍ ମାଲିକଙ୍କ ନିଦ ଉଡ଼ାଇ ଦେଇଛି।

ମଧ୍ୟପ୍ରଦେଶରେ ପ୍ରଦୂଷଣ ସୂଚକାଂକ

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସି)ର ରିପୋର୍ଟ ଅନୁସାରେ, ଗ୍ୱାଲିୟରରେ ବାୟୁ ଗୁଣବତ୍ତା ସୂଚକାଂକ ୩୨୯ରେ ପହଞ୍ଚିଛି।  ସେହିପରି ଭୋପାଳ ୨୯୯, କଟନୀ ୨୬୩, ପୀତମପୁର ୨୬୦, ଜବଲପୁର ୨୧୪ ଓ ଉଜ୍ଜେନର ବାୟୁ ଗୁଣବତ୍ତା ସୂଚକାଂକ ୧୮୧ ରହିଛି।

ସୂଚନା ଥାଉକି, ମଧ୍ୟପ୍ରଦେଶରେ ଇନ୍ଦୋର ସହର ଦେଶର ସବୁଠାରୁ ସ୍ୱଚ୍ଛ ସହର। କେନ୍ଦ୍ର ସରକାରଙ୍କର ସ୍ୱଚ୍ଛ ସହର ତାଲିକାରେ ଇନ୍ଦୋର ସବୁବେଳେ ଆଗରେ ରହୁଛି। ସହରକୁ ସ୍ୱଚ୍ଛ କରିବାକୁ ରାଜ୍ୟ ସରକାର ଯେଉଁଭଳି ଭାବରେ ପ୍ରୟାସ କରୁଛନ୍ତି ତାହା ନିଶ୍ଚିତ ପ୍ରଶଂସନୀୟ। ତେବେ କେବଳ ସ୍ୱଚ୍ଛତା ନୁହେଁ,  ରାଜ୍ୟକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ମଧ୍ୟ ମଧ୍ୟପ୍ରଦେଶ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ଅଧିକରୁ ଅଧିକ ଇ-ଯାନ ଚଳାଇବାକୁ ପ୍ରୋତ୍ସାହିତ କରିବା ସହ ତନ୍ଦୁରୀ ରୋଟି ବ୍ୟାନ୍ ଭଲି କଡ଼ା ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.