Latest Odisha News

ପ୍ରଥମ ଶ୍ରେଣୀ କ୍ରିକେଟରେ ଦ୍ରୁତ ତ୍ରିଶତକ ହାସଲ କରି ବିଶ୍ୱରେକର୍ଡ କଲେ ତନ୍ମୟ

ହାଇଦ୍ରାବାଦ: ହାଇଦ୍ରାବାଦର ବ୍ୟାଟ୍ସମ୍ୟାନ ତନ୍ମୟ ଅଗ୍ରୱାଲ ପ୍ରଥମ ଶ୍ରେଣୀ କ୍ରିକେଟରେ ଦ୍ରୁତ ତ୍ରିଶତକ ହାସଲ କରି ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ରଣଜୀ ଟ୍ରଫି ରାଉଣ୍ଡ ୪ର ଏକ ମୁକାବିଲାରେ ସେ ଅରୁଣାଚଳ ପ୍ରଦେଶ ବିପକ୍ଷରେ ସେ ମାତ୍ର ୧୪୭ ବଲରେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଦକ୍ଷିଣ ଆଫ୍ରିକାର ମାର୍କୋ ମରେସ ୨୦୧୭ରେ ଇଷ୍ଟର୍ଣ୍ଣ ପ୍ରୋଭିନ୍ସ ବିପକ୍ଷରେ ୧୯୧ ବଲରେ ୩୦୦ ରନ କରିଥିଲେ ।

ତନ୍ମୟ ତାଙ୍କ ଇନିଂସରେ ୨୧ ଛକା ମାରି ରଣଜୀ ଟ୍ରଫିରେ ନୂତନ ରେକର୍ଡ ସ୍ଥାପନ କରିଛନ୍ତି । ଈଶାନ କିଶାନଙ୍କ ନାମରେ ଏହି ରେକର୍ଡ ରହିଥିଲା । ସେ ଗୋଟିଏ ଇନିଂସରେ ୧୪ ଛକା ମାରିଥିଲେ । ୧୧୯ ବଲରେ ତନ୍ମୟ ୨୦୦ ରନ କରି ଭାରତର ପୂର୍ବତନ ଅଧିନାୟକ ରବି ଶାସ୍ତ୍ରୀଙ୍କ ୩୯ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି । ମୁମ୍ବାଇ ପକ୍ଷରୁ ଖେଳୁଥିବା ଶାସ୍ତ୍ରୀ ବରୋଦା ବିପକ୍ଷରେ ୧୧୩ ମିନିଟରେ ଦ୍ୱିଶତକ ହାସଲ କରିଥିଲେ ।

ଅରୁଣାଚଳ ପ୍ରଦେଶ ପ୍ରଥମେ ବ୍ୟାଟିଂ କରି ୧୭୨ ରନ କରି ଅଲଆଉଟ ହୋଇ ଯାଇଥିଲା । ହାଇଦ୍ରାବାଦ ୪୮ ଓଭରରେ ୫୨୯ ରନ ସଂଗ୍ରହ କରିନେଇଥିଲା । ଅଧିନାୟକ ରାହୁଲ ସିଂ ୧୦୫ ବଲରେ ୧୮୫ ରନ କରି ଆଉଟ ହୋଇଥିଲେ । ତନ୍ମୟ ୩୨୩ ଓ ଅଭିରଥ ରେଡ୍ଡୀ ୧୯ ରନ କରି ଅପରାଜିତ ରହିଛନ୍ତି ।

Comments are closed.