Latest Odisha News

BREAKING NEWS

ଯାନ୍ତ୍ରିକ ତ୍ରୁଟି ପରେ ଗଡିଲା ତପସ୍ୱିନୀ ଏକ୍ସପ୍ରେସ୍; ଟ୍ୱିଟ୍ କଲେ ଓଡିଆ ସାଂସଦ

ସମ୍ବଲପୁର: ପୁରୀ-ହଟିଆ ତପସ୍ୱିନୀ ଏକ୍ସପ୍ରେସର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଶନିବାର ଦିନ ବାମୁର ଷ୍ଟେସନରେ ଅନେକ ସମୟ ଧରି ଅଟକି ରହିଥିବା ବେଳେ ପ୍ରାୟ ୬ ଘଣ୍ଟା ପରେ ଏହା ଗନ୍ତବ୍ୟସ୍ଥଳୀ ଅଭିମୁଖେ ଗସ୍ତ କରିଛି । ଯାହାଫଳରେ ଯାତ୍ରୀମାନେ ଏକପ୍ରକାର ଆଶ୍ୱସ୍ତୀ ଅନୁଭବ କରିଛନ୍ତି ।

ଏନେଇ ଟ୍ରେନରେ ଯାତ୍ରା କରୁଥିବା ଓଡିଆ ସାଂସଦ ଜୁଏମଲ ଓରାମ୍ ଟ୍ୱିଟ୍ କରି ଜଣାଇଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଆଜି ସକାଳେ ତପସ୍ୱିନୀ ଏକ୍ସପ୍ରେସ୍ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଏହା ପାଖାପାଖି ୩ ଘଣ୍ଟାଧରି ବାମୁର ଷ୍ଟେସନରେ ଅଟକି ରହିଥିଲା । ଟ୍ରେନର ଏଭଳି ବିଳମ୍ବକୁ ଦୁର୍ଭାଗ୍ୟଜନକ କହିବା ସହ ଜୁଏଲ୍ ଅସେନ୍ତାଷ ପ୍ରକାଶ କରିଥିଲେ ।

ଆହୁରି ମଧ୍ୟ ଉକ୍ତ ଟ୍ରେନରେ ଜୁଏଲଙ୍କ ସହ ଆରଏସଏସର କ୍ଷେତ୍ର ସମ୍ପର୍କ ଅଧିକାରୀ ପ୍ରସନ୍ନ ମିଶ୍ର ମଧ୍ୟ ଯାତ୍ରା କରୁଥିଲେ । ପରେ ଟ୍ରେନରେ ଯାତ୍ରା କରୁଥିବା ଓଡିଆ ସାଂସଦ ଜୁଏଲ ଓରାମ୍ ରେଳ ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଟ୍ୱିଟ୍ କରି ଅବଗତ କରାଇଥିଲେ ।

 

 

Leave A Reply

Your email address will not be published.