Latest Odisha News

BREAKING NEWS

ଜାନୁଆରୀ ୫ରୁ ସର୍ବସାଧାରଣଙ୍କ ଲାଗି ଖୋଲିବ ରାଜଭବନ ଉଦ୍ୟାନ

ଭୁବନେଶ୍ୱର: ସର୍ବସାଧାରଣଙ୍କ ଲାଗି ଆସନ୍ତା ଜାନୁଆରୀ ୫ ତାରିଖରୁ ୧୯ ତାରିଖ ଯାଏଁ ରାଜଭବନ ଉଦ୍ୟାନ ଖୋଲା ରହିବ ।

ପ୍ରତ୍ୟେକ ଦିନ ଦ୍ୱିପ୍ରହର ୨ଟାରୁ ୫ଟା ପର୍ଯ୍ୟନ୍ତ ଜନସାଧାରଣ ଏହି ଉଦ୍ୟାନ ପରିଦର୍ଶନ କରିପାରିବେ। ଏଥିସହିତ ଛୁଟିଦିନ ଏବଂ ରବିବାରରେ ମଧ୍ୟ ଲୋକମାନେ ରାଜଭବନ ଉଦ୍ୟାନ ବୁଲିବାର ମଜା ଉଠାଇପାରିବେ ।

ପ୍ରାପ୍ତ ସୂଚନାନୁଯାୟୀ, ରବିବାର ବ୍ୟତିତ ସ୍କୁଲ୍ ପିଲାମାନେ ଜାନୁଆରୀ ୬ ତାରିଖରୁ ୨୧ ତାରିଖ ମଧ୍ୟରେ ସମାଳକ ୮ଟା ୩୦ମି.ରୁ ୧୦ଟା ଯାଏଁ ବୁଲିପାରିବେ । ଏନେଇ ସ୍କୁଲ କର୍ତ୍ତୃପକ୍ଷ ଏଡିସି, ରାଜ୍ୟପାଳ ତଥା ଏସିପି, ରାଜଭବନ, ସିକ୍ୟୁରିଟିକୁ ଅନୁରୋଧ କରିଥିଲେ ।

ଏହାବ୍ୟତିତ ସୁବିଧାରେ ଏହାମଧ୍ୟକୁ ପ୍ରବେଶ ଲାଗି ରାଜଭବନ ପକ୍ଷରୁ ‘ରାଜଭବନ ଓଡିଶା’ ନାମରେ ଏକ ମୋବାଇଲ୍ ଆପ୍ ମଧ୍ୟ ବିକଶିତ କରାଯାଇଛି । ଯାହାର ବ୍ୟବହାର କରି ପର୍ଯ୍ୟଟକମାନେ ନିଜ ସ୍ମାର୍ଟାଫୋନରେ କ୍ୟୁଆର୍ କୋର୍ଡ ଏଣ୍ଟ୍ରି ପାସ୍ ତିଆରି କରିପାରିବେ । ଯାହାକୁ ପରେ ଗେଟରେ ସ୍କାନ୍ କରି ଭିତରକୁ ଯାଇପାରିବେ । ଏହି ଆପ୍ ଆଗନ୍ତୁକମାନେ ନିଜର ଆଣ୍ଡ୍ରୋଏଡ୍ ଫୋନର ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିପାରିବେ ।

ଏହାବ୍ୟତିତ ରାଜଭବନର ରିସେପସନ୍ ସେଣ୍ଟରରୁ ଆପଣ ଚାହିଁଲେ ମାନୁଆଲ୍ ଏଣ୍ଟ୍ରି ଲାଗି ରେଜିଷ୍ଟର କରିପାରିବେ ।

ତେବେ ଏହି ପରିଦର୍ଶନ ବେଳେ ରାଜଭବନ ପରିସର ମଧ୍ୟକୁ କୌଣସି ଖାଦ୍ୟଦ୍ରବ୍ୟ, ଆଲକୋହଲ ଯୁକ୍ତ ପାନୀୟ, କ୍ୟାମେରା ଏବଂ ଅନ୍ୟ ଆପତ୍ତିଜନକ ସାମଗ୍ରୀକୁ ଜନସାଧାରଣଙ୍କୁ ନେବା ପାଇଁ ଅନୁମତି ଦିଆଯିବ ନାହିଁ ।

ଉଲ୍ଲେଖଯୋଗ୍ୟ, ରାଜଭବନର ଉଦ୍ୟାନ ଗୁଡିକର ନାମ ସମ୍ରାଟ ଅଶୋକ, ଆକବର, ଗୌତମ ବୁଦ୍ଧ, ଜବାହାରଲାଲ ନେହେରୁ ଓ ମହାତ୍ମା ଗାନ୍ଧୀଙ୍କ ଭଳି ପ୍ରସିଦ୍ଧ ବ୍ୟକ୍ତିଙ୍କ ନାମରେ ନାମିତ ହୋଇଛି । ଏହାବ୍ୟତିତ କାକଟସ୍ ହାଉସ୍, ୱାଟର ଫାଉଣ୍ଟେନ, ମ୍ୟୁଜିକାଲ୍ ଫାଉଣ୍ଟେନ, ହରିଣ ପାର୍କ, ଗୋଲାପ ଉଦ୍ୟାନ୍, ଆୟୁର୍ବେଦିକ ଉଦ୍ୟାନ ଆଦି ଦର୍ଶକମାନଙ୍କୁ ଖୁବ୍ ଆର୍କଷିତ କରିଥାଏ ।

 

Leave A Reply

Your email address will not be published.