ସୁମିତ ତପସ୍ୱିନୀ ବିବାଦ ମାମଲା : ହାଇକୋର୍ଟଙ୍କ ନିର୍ଦ୍ଦେଶ ତପସ୍ୱିନୀଙ୍କୁ ସୁମିତ ପ୍ରତି ମାସରେ ଦେବେ ୧୭ ହଜାର ଟଙ୍କା
କଟକ : ବହୁ ଚର୍ଚ୍ଚିତ ତପସ୍ୱିନୀ ସୁମିତ ବିବାଦ ମାମଲା ଦିନକୁ ଦିନ ରୋଚକ ମୋଡ ନେଉଛିା ଆଜି ଏହି ମାମଲାରେ ହାଇକୋର୍ଟରେ ଶୁଣାଣି ହୋଇଛି । କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ପ୍ରତିମାସ ୧୦ ତାରିଖରେ ତପସ୍ୱିନୀଙ୍କୁ ସୁମିତ ୧୭ ହଜାର ଟଙ୍କା ଦେବେ । ଫେବୃଆରୀ ୧୫ରେ ମାମଲାରେ ପରବର୍ତ୍ତୀ ଶୁଣାଣି ହେବ ।ଖର୍ଚ୍ଚ ବାବାଦକୁ ପାଇଥିବା ଟଙ୍କା ରସିଦ ମଧ୍ୟ କୋର୍ଟରେ ଦେବାକୁ ତପସ୍ୱିନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ସୂଚନା ଅନୁସାରେ ଏହା ପୂର୍ବରୁ କୋର୍ଟ ନିଷ୍ପତ୍ତି ନେଇଥିଲେ ସୁମିତଙ୍କ ଘରେ ରହିବେ ତପସ୍ୱିନୀ ।ପ୍ରତି ମାସରେ ସୁମିତ ତାଙ୍କୁ ଭରଣ ପୋଷଣ ବାବଦକୁ ୧୭ ହଜାର ଟଙ୍କା ଦେବେ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।ହେଲେ ସୁମିତ୍ ଜିଲ୍ଲା କୋର୍ଟ ଦେଇଥିବା ଏହି ରାୟକୁ ନେଇ ହାଇ କୋର୍ଟରେ ଚ୍ୟାଲେଞ୍ଚ କରିଥିଲେ ।ଆଜି ଏହି ମାମଲାର ଶୁଣାଣି ହୋଇଛି ।
Comments are closed.