Latest Odisha News

BREAKING NEWS

ଆଇପିଏଲ୍ ଖେଳିବେ ପଶ୍ଚିମବଙ୍ଗ କ୍ରୀଡାମନ୍ତ୍ରୀ !

ଭୁବନେଶ୍ୱର: ପୁଣିଥରେ ଖେଳ ପଡିଆକୁ ଫେରିବେ ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପଶ୍ଚିମବଙ୍ଗ କ୍ରୀଡାମନ୍ତ୍ରୀ ମନୋଜ ତିୱାରୀ । ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ସେ ଆଇପିଏଲ୍ ୨୦୨୨ ମେଗା ଅକ୍ସନ୍‌ରେ ନିଜ ନାମ ପଂଜିକୃତ କରିଛନ୍ତି । ଏହି ୩୬ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ୨୦୧୮ରେ ନିଜର ଶେଷ ଆଇପିଏଲ୍ ମ୍ୟାଚ୍ ଖେଳିଥିଲେ ।

ଗତ ମଙ୍ଗଳବାର ବିସିସିଆଇ ଚଳିତବର୍ଷ ଆଇପିଏଲର ଅକ୍ସନ୍ ତାଲିକା ପ୍ରକାଶ କରିଥିଲା । ଏହି ତାଲିକାରେ ମନୋଜ ତିୱାରୀଙ୍‌କ ନାଁ ସାମିଲ ରହିଛି । ତେବେ ତାଙ୍କ ବେସ୍ ପ୍ରାଇସ୍ ୫୦ ଲକ୍ଷ ଟଙ୍କା ଥିବା ଜଣାପଡିଛି । ଆଇପିଏଲରେ ଦିଲ୍ଲୀ, କୋଲକାତା, ପୁଣେ ଓ ପଂଜାବ ତରଫରୁ ଖେଳି ମନୋଜ ନିଜ ଶ୍ରଷ୍ଠ ଖେଳ ପ୍ରଦର୍ଶନ କରିଥିଲେ । ୯୮ଟି ମ୍ୟାଚରେ ମନୋଜ ୨୮.୭୨ ଆଭରେଜରେ ୭ଟି ଅର୍ଦ୍ଧ ଶତକ ଜରିଆରେ ସମୁଦାୟ ୧୬୯୫ ରନ୍ କରିଛନ୍ତି ।

୨୦୨୦ ଆଇପିଏଲ୍‌ରେ ମଧ୍ୟ ମନୋଜ ନିଜ ନାଁ ପଂଜିକୃତ କରିଥିଲେ । ହେଲେ କୌଣସି ଫ୍ରାଂଚାଇଜି ତାଙ୍କୁ ନେବା ପାଇଁ ଇଛା ପ୍ରକାଶ କରିନଥିଲେ । ତେବେ ଶେଷଥର ପାଇଁ ପଂଜାବ ଦଳ ୧ କୋଟି ଟଙ୍କା ମୂଲ୍ୟ ବିନିମୟରେ ମନୋଜଙ୍କୁ ନିଲାମ୍ ଧରିଥିଲା । ଗତବର୍ଷ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଦଳ ତରଫରୁ ସେ ରାଜନୀତିରେ ଯୋଗ ଦେଇଥିଲେ । ଶିବପୁର ନିର୍ମାଚନ ମଣ୍ଡଳୀରୁ ସେ ବିଜୟୀ ହେବା ପରେ ପଶ୍ଚିମବଙ୍ଗ କ୍ରୀଡାମନ୍ତ୍ରୀ ଭାବେ ଅବସ୍ଥାପିତ ଅଛନ୍ତି ।

Comments are closed, but trackbacks and pingbacks are open.