Latest Odisha News

ତପସ୍ୱିନୀଙ୍କ ନୂଆ ଭିଡିଓ: ଯାହାକୁ ବିଶ୍ୱାସ କରି ବାହା ହୋଇଥିଲି ସିଏ ବରବାଦ କରିବାକୁ ଚାହୁଁଛନ୍ତି

ବ୍ରହ୍ମପୁର: ଡାକ୍ତର ସୁମିତ ସାହୁ ଓ ପତ୍ନୀ ତପସ୍ୱିନୀଙ୍କ ପାରିବାରିକ ବିବାଦର କେବେ ହେବ ଅନ୍ତ ? ନ୍ୟାୟ ଲଢ଼େଇରେ କେବେ ସରିବ ତପସ୍ୱିନୀଙ୍କ ତପସ୍ୟା ? ଶାଶୁ ଘର ବାରଣ୍ଡାରେ ଧାରଣା ଜାରି ରହିଥିବା ବେଳେ ସାମନାକୁ ଆସିଛି ତପସ୍ୱିନୀଙ୍କ ନୂଆ ଭିଡିଓ । ଯେଉଁଥିରେ କାନ୍ଦି କାନ୍ଦି ଭଲ ପାଇବା ଓ ବାହା ହେବାର ପୁରୁଣା ସ୍ମୃତି ମନେ ପକାଇଛନ୍ତି । କୋହଭରା କଣ୍ଠରେ କହିଛନ୍ତି ଦୁଃଖ ।

ତପସ୍ୱିନୀ କହିଛନ୍ତି, ଯାହାକୁ ବିଶ୍ୱାସ କରି ବାହା ହୋଇ ହାତ ଧରିଥିଲି ସେ ହିଁ ତାଙ୍କୁ ବରବଦା କରିବାକୁ ଚାହୁଁଛନ୍ତି । ସୁମିତଙ୍କ ସେ ବହୁତ ଭଲ ପାଆନ୍ତି । ସେ ସୁମିତଙ୍କୁ ବରଦାବଦ କରିବାକୁ ଚାହାନ୍ତି ନାହିଁ । ସେ ଟଙ୍କା ପଇସା ପାଇଁ ଏଶବୁ କିଛି କରୁ ନାହାନ୍ତି । ସୁମିତ ତାଙ୍କ ପାଖକୁ ଫେରି ଆସନ୍ତୁ ବୋଲି ଚାହୁଁଥିବା କାନ୍ଦି କାନ୍ଦି କହିଛନ୍ତି ତପସ୍ୱିନୀ । ଶ୍ୱଶୁରଙ୍କୁ ନେହୁରା ହୋଇଛନ୍ତି ସୁମିତଙ୍କୁ ତାଙ୍କୁ ଫେରାଇ ଦିଅନ୍ତୁ ।

ସୋସିଆଲ୍ ମିଡିଆରେ ବର୍ତ୍ତମାନ ତପସ୍ୱିନୀଙ୍କ ଏହି ଭିଡିଓ ଭାଇରାଲ୍ ହେବାର ଲାଗିଛି । ଭିଡିଓରେ ତପସ୍ୱିନୀ ଆହୁରି କହିଛନ୍ତି, ସୁମିତଙ୍କ ଫେରିବା ବାଟକୁ ସେ ଅନାଇ ରହିଛନ୍ତି । ସୁମିତଙ୍କୁ ବହୁତ ବିଶ୍ୱାସ କରିଥିଲେ । ଭଲ ପାଇ ବାହା ହୋଇଥିଲେ । ଖୁସିର ସଂସାର କରିବାକୁ ଚାହିଁଥିଲେ । ସେମିତି କିଛି ହେଲାନି । କୋହଭରା କଣ୍ଠରେ ତପସ୍ୱିନୀ କହିଛନ୍ତି, ଏସବୁ କଥା ଭାବିକି ତାଙ୍କୁ ବହୁତ ଦୁଃଖ ଲାଗୁଛି । ଯାହାକୁ ସ୍ୱାମୀ ଭାବି ହାତ ଧରିଥିଲେ ଶେଷରେ ସେ ବି ହାତ ଛାଡିଦେଲେ ।

Leave A Reply

Your email address will not be published.