Latest Odisha News

BREAKING NEWS

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ଝିଅ

ସୁନ୍ଦରଗଡ଼: ମହିଳାଙ୍କୁ କଚାଡ଼ି ମାରିଲା ହାତୀ । ଏହିପରି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାର ବଣାଇ ରେଞ୍ଜ ସାନଦଲକି ଗାଁରେ । ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏଥିରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ତାଙ୍କ ଝିଅ ।

ସୂଚନା ଅନୁସାରେ, ଗାଁରେ ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଦନ୍ତା ହାତୀ ଘର ଭାଙ୍ଗୁଥିବା ଦେଖି ଜୀବନ ବଞ୍ଚାଇବାକୁ ମହିଳାଜଣକ ଦୌଡ଼ି ପଳାଉଥିଲେ । ହାତୀ ମହିଳାଙ୍କୁ ଟାଣି ଆଣି କଚାଡ଼ି ଦେଇଥିଲା । ଘଟଣାସ୍ଥଳରେ ହିଁ ମହିଳାଜଣଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଲେ ସମ୍ବାରି ଜରିକା । ବଣାଇ ରେଞ୍ଜର ଓ ବନ କର୍ମଚାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.