Latest Odisha News

ବିବାହ କରିବେ କି ଅଭିନେତ୍ରୀ ତାପସୀ ପନ୍ନୁ ?

ମୁମ୍ବାଇ: ରୋକଠୋକ୍ କଥାବାର୍ତ୍ତା ଓ ଭିନ୍ନ ସ୍ୱାଦର ଫିଲ୍ମ ଚୟନ ପାଇଁ ବେଶ ଜମାଶୁଣା ଅଭିନେତ୍ରୀ ତାପସୀ ପନ୍ନୁ । ବେଶ କିଛିଦନ ଧରି ମାଲ୍‌ଡିଭସ୍‌ରେ ଛୁଟି ମନାଇବା ପରେ ଏବେ ରଶ୍ମୀ ରକେଟ ସହ ଏକାଧିକ ଫିଲ୍ମର ସୁଟିଂରେ ବିଜି ଅଛନ୍ତି । ହେଲେ ଏବେ ଗୁଜବ ଉଠିଛି ତାପସୀ କୁଆଡେ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।

ଅନେକ ହୁଏ ତ ଜାଣିନଥିବେ ଯେ ତାପସୀ ଡେନ୍‌ମାର୍କର ବ୍ୟାଡମିଣ୍ଟନ ଖେଳାଳି ମାଥିୟାସ୍‌ଙ୍କ ପ୍ରେମରେ ପଡିଛନ୍ତି । ଏପରିକି ମାଲ୍‌ଡିଭସ୍‌ରେ କେବଳ ନିଜ ବାନ୍ଧବୀଙ୍କ ସହ ତାପସୀ ବୁଲିବାକୁ ଯାଇଥିଲାବେଳେ ସେଠାରେ ବି ତାଙ୍କ ପ୍ରେମିକ ପହଂଚିଥିଲେ । ସେବେଠୁ ତାପସୀ ଓ ମାଥିୟାସ୍‌ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।

 

View this post on Instagram

 

A post shared by Taapsee Pannu (@taapsee)

ତେବେ ଭେକେସନରେ କୁଆଡେ ତାପସୀ ନିଜ ପ୍ରେମିକ ସହ ଏନଗେଜମେଣ୍ଟ କରିଥିବା ଖବର ସାମ୍ନାକୁ ଆସିଥିଲା । ଏପରିକି ସେ ଖୁବଶୀଘ୍ର କରିବା ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ଉଭୟ ଏନଗେଜମେଣ୍ଟ ଓ ବିବାହ ଖବରକୁ ତାପସୀଙ୍କ ମ୍ୟାନେଜର ଖଣ୍ଡନ କରିଥିଲେ ।

ଅନ୍ୟପଟେ ପ୍ରଫେସ୍ନାଲ ସେକ୍ଟରରେ ତାପସୀ ଆଗାମୀ ଦିନରେ ବିକ୍ରାନ୍ତ ମେସିଙ୍କ ସହ ଫିଲ୍ମ ହସିନ୍ ଦିଲରୁବା ଓ କ୍ରିକେଟର୍ ମିଥାଲି ରାଜଙ୍କ ବାୟୋପିକ୍ ସାବାସ୍ ମିଠୁରେ ବି ନଜର ଆସିବେ ।

Leave A Reply

Your email address will not be published.