Latest Odisha News

BREAKING NEWS

ସରିଲା ୭ ଦିନର ନିଲମ୍ବନ, ମୁଣ୍ଡିଆ ମାରି ଗୃହ ଭିତରକୁ ଗଲେ ତାରା

ଭୁବନେଶ୍ଵର: ୭ ଦିନ ପରେ ବିଧାନସଭାକୁ ପୁଣି ଫେରିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ୭ ଦିନର ନିଲମ୍ବନ ସରିବା ପରେ ଆଜି ବିଧାନସଭା ପହଞ୍ଚିଛନ୍ତି ତାରା ବାହିନୀପତି । ଗୃହ ଭିତରକୁ ଯିବା ପୂର୍ବରୁ ମୁଣ୍ଡିଆ ମାରି ବିଧାନସଭାକୁ ପ୍ରବେଶ କରିଛନ୍ତି ତାରା । ଅନ୍ୟପଟେ ଆଜି କଳା ଡ୍ରେସ୍ ପିନ୍ଧି ବିଧାନସଭା ଆସିଛନ୍ତି କଂଗ୍ରେସ ବିଧାୟକ ।

ଗୃହକୁ ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତାରା “ବିଧାନସଭାରେ ଆଜି କେମିତି ପ୍ରତିବାଦ ହେବ ସେସବୁ ଆଗକୁ ଦେଖିବେ” ବୋଲି କହିଛନ୍ତି । କହିରଖୁଛୁ ଯେ, ଗତ ୧୧ ତାରିଖରେ ଅଧିବେଶନ ଚାଲିଥିବା ବେଳେ ଗୃହ ଭିତରେ ବିଶୃଙ୍ଖଳା କରିବା ଅଭିଯୋଗରେ ତାରାଙ୍କୁ ସସପେଣ୍ଡ କରିଥିଲେ ବାଚସ୍ପତି । ତାରାଙ୍କୁ ନିଲମ୍ବନ କରିବା ପ୍ରତିବାଦରେ କକ୍ଷତ୍ୟାଗ କରି ଗାନ୍ଧୀ ମୂର୍ତ୍ତି ତଳେ ବସି ସାରା ରାତି ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଥିଲେ କଂଗ୍ରେସ ବିଧାୟକ । ମାତ୍ର ପିସିସି ସଭାପତି ପହଞ୍ଚି ବୁଝାସୁଝା କରିବା ପରେ ଧାରଣାରୁ ଉଠିଥିଲେ ଦଳର ବିଧାୟକ ।

ତେବେ ଗୃହ ଭିତରେ ଆଜି ନାରୀ ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସ ଅନନ୍ୟ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । କଂଗ୍ରେସ ବିଧାୟକମାନେ କଳାସାର୍ଟ ଆଉ କଳାବ୍ୟାଚ୍ ପିନ୍ଧିବା ସହିତ ଘଣ୍ଟ ବଜେଇ ପ୍ରତିବାଦ କରିଛନ୍ତି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ଏହି ପ୍ରତିବାଦର ନେତୃତ୍ୱ ନେଇଛନ୍ତି । ତାରା ନିଜେ ଆଗରେ ରହି, ଘଣ୍ଟ ବଜେଇ ବିଧାନସଭାରେ ପ୍ରତିବାଦ କରିଛନ୍ତି । ଅନ୍ୟପଟେ ବିରୋଧୀ ସଦସ୍ୟଙ୍କ ପ୍ରତିବାଦକୁ ବିଧାନସଭା ଲାଇଭ୍ ଷ୍ଟ୍ରିମିଂରେ ନ ଦେଖାଇବା ଏବଂ ପକ୍ଷପାତିତା ଅଭିଯୋଗ ଆଣି ବିଜେଡି ପ୍ରତିବାଦ କରିଛି ।

ସେପଟେ ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ବିରୋଧିଙ୍କ ହଟ୍ଟଗୋଳ ଓ ହୋହଲ୍ଲା ପରେ ସାଢ଼େ ୧୧ ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ନାରୀ ସୁରକ୍ଷା ପ୍ରସଙ୍ଗରେ ଘଣ୍ଟ ବାଡ଼େଇ କଂଗ୍ରେସର ପ୍ରତିବାଦ କରିଛି । ସେହିପରି କଳା ଡ୍ରେସ୍ ପିନ୍ଧି ବିଧାନସଭା ଆସିଛନ୍ତି କଂଗ୍ରେସ ସମସ୍ତ ବିଧାୟକ ।

 

Comments are closed.