Latest Odisha News

BREAKING NEWS

ଜୟପୁର ଆସନରେ ପୁଣି ସ୍ଥିତି ବଜାୟ ରଖିଲେ ତାରା

ଜୟପୁର: ଜୟପୁର ବିଧାନସଭାରେ କଂଗ୍ରେସ ବିଜୟୀ । କଂଗ୍ରେସ ପ୍ରାର୍ଥୀ ତାରା ବାହିନୀପତି ବିଜୟୀ । ବିଜେଡିର ଇନ୍ଦିରା ନନ୍ଦଙ୍କୁ ହରାଇଲେ ତାରା ।

କଂଗ୍ରେସର ହେଭିଓ୍ବେଟ୍ ନେତା ତାରାପ୍ରସାଦ ବାହିନୀପତିଙ୍କ ଗଡ କୁହାଯାଉଥିବା ଜୟପୁର ଆସନ ଦିନେ ଥିଲା ବିଜେଡି କବଜାରେ । ବିଜେଡି ଟିକେଟରୁ ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ଜୟପୁର ଦଖଲ କରିଥିଲେ ରବି ନାରାୟଣ ନନ୍ଦ । ହେଲେ ଗତ ୧୦ବର୍ଷ ହେଲା ବିଜେଡି ହାତରୁ ସିଟ୍ ଛଡାଇ ନେଇଛନ୍ତି ତାରା । ଗତ ଦୁଇଟି ନିର୍ବାଚନରେ ବି ଟକ୍କର ଜୋରଦାର ହୋଇଛି । ୨୦୧୯ରେ ୫ହଜାରରୁ ଅଧିକ ଭୋଟରେ ତାରା ଜିତିଥିଲେ ତ ୨୦୧୪ରେ ବ୍ୟବଧାନ ଥିଲା ୮ହଜାରରୁ ଅଧିକ ।

Comments are closed.