Latest Odisha News

BREAKING NEWS

ଅର୍ଦ୍ଧେନ୍ଦୁ ହାତେଇଲେ ଶ୍ରେଷ୍ଠ ଅଭିନେତା ଖିତାବ

ଭୁବନେଶ୍ୱର: ଓଡିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ । ହେଲେ ଦିନେ ଏହି ନାଁ ବୋଧ ହୁଏ ସମସ୍ତଙ୍କ ପାଇଁ ଅଜଣା ଥିଲା । ଅର୍ଦ୍ଧେନ୍ଦୁଙ୍କର ନଥିଲେ କେହି ଗଡ୍ ଫାଦର୍ କି ସେ କୌଣସି ଷ୍ଟାର୍‌କିଡ୍ ବି ନୁହଁନ୍ତି । କେବଳ ନିଖୁଣ ଅଭିନୟ, ଅକ୍ଳାନ୍ତ ପରିଶ୍ରମ ଓ ସରଳ ସ୍ୱଭାବ ପାଇଁ ସେ ଆଜି ଓଡିଆ ଦର୍ଶକଙ୍କ ନିକଟରେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିବାରେ ସଫଳ ହୋଇଛନ୍ତି ।

ତରଙ୍ଗ ସିନେ ଆୱାର୍ଡସ୍‌-୨୦୨୦ରେ ଏହି ଅଭିନେତାଙ୍କ ଦବଦବା ସ୍ପଷ୍ଟ ଦେଖିବାକୁ ମିଳିଛି । କାହିଁକି ନା ବଡବଡ ବ୍ୟାନର୍ ତଳେ ନିର୍ମିତ ଫିଲ୍ମ ଓ ନାମୀ ଅଭିନେତାଙ୍କୁ ପଛରେ ପକାଇ ଅର୍ଦ୍ଧେନ୍ଦୁ ନିଜ ହାତେଇଛନ୍ତି ଶ୍ରେଷ୍ଠ ଅଭିନେତାର ଖିତାବ । ମୁଭି “ମୁଁ ପରଦେଶୀ ଚଢେଇ” ପାଇଁ ଅର୍ଦ୍ଧେନ୍ଦୁ ସମ୍ମାନିତ ହୋଇଥିଲାବେଳେ ଅନ୍ୟ କ୍ୟାଟେଗୋରୀରେ ମଧ୍ୟ ଏହି ଫିଲ୍ମ ୬ଟି ଆୱାର୍ଡ ହାସଲ କରିଛି ।

ଫିଲ୍ମ “କାଉଁରୀ କନ୍ୟା” ଜରିଆରେ ସେ ଓଲିଉଡରେ ଡେବ୍ୟୁ କରିଥିଲେ । ପରେପରେ ଟପୋରି, ଅ ଆ ହର୍ଷେଇ ଓ ମ୍ୟୁଜିକାଲ ହିଟ୍ ବ୍ଲାକ୍‌ମେଲ୍ ଭଳି ଫିଲ୍ମରେ ସେ ଦର୍ଶକଙ୍କୁ ଇମ୍ପ୍ରେସ୍ କରିଥିଲେ । ଆଗାମୀ ଦିନରେ ଅଭିନେତାଙ୍କର ଆଉ ତିନିତିନୋଟି ଫିଲ୍ମ ପାଇପ୍ ଲାଇନ୍‌ରେ ରହିଛି ।

Leave A Reply

Your email address will not be published.