Latest Odisha News

BREAKING NEWS

୨ ଦିନ ବନ୍ଦ ରହିବ ମା’ ତାରିଣୀଙ୍କ ଦର୍ଶନ

କେନ୍ଦୁଝର : ଦୁଇ ଦିନ ବନ୍ଦ ରହିବ ମା’ ତାରିଣୀଙ୍କ ଦର୍ଶନ । କରୋନା ପାଇଁ ଆସନ୍ତା ୧୩ ଓ ୧୪ ତାରିଖ ଦୁଇ ଦିନ ସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏପ୍ରିଲ ୯ ତାରିଖରୁ ମା’ ତାରିଣୀଙ୍କ ଚଇତି ଯାତ୍ରା ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । କିନ୍ତୁ କୋଭିଡ ଗାଇଡ଼ଲାଇନ ପାଇଁ ଚଇତି ପର୍ବରେ ଦୁଇ ଦିନ ମା’ଙ୍କ ଦର୍ଶନରୁ ବଞ୍ଚିତ ରହିବେ ଶ୍ରଦ୍ଧାଳୁ ।

ସେହିପରି କରୋନା ପାଇଁ ଏଥର ଚଇତି ପର୍ବରେ ଭକ୍ତଙ୍କ ଠାରୁ କୌଣସି ଭୋଗ ଗ୍ରହଣ କରାଯିବ ନାହିଁ । ମନ୍ଦିର ପରିସରରେ ପଣା ଓ ଅନ୍ନ ଭୋଗ ବିତରଣ ମଧ୍ୟ ବନ୍ଦ କରାଯିବ । ଜନସମାଗମକୁ ଦୃଷ୍ଟିରେ ରଖି ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରିଛି ଘଟଗାଁ ମନ୍ଦିର ଟ୍ରଷ୍ଟ । ମାଙ୍କ ଦର୍ଶନ ପାଇଁ ସୋସିଆଲ ମିଡ଼ିଆରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ, ଚଳିତ ବର୍ଷ ଏକ ଆପର ଉନ୍ମୋଚନ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଜଣାପଡିଛି । ଜନସମାଗମକୁ ନଜରରେ ରଖି ମାସ୍କ ବାଧ୍ୟତାମୂଳକ କରାଯାଇଛି ।

Leave A Reply

Your email address will not be published.