Latest Odisha News

BREAKING NEWS

କ୍ରମାଗତ ବିଜୟରେ ବିଶ୍ୱରେକର୍ଡ ସ୍ଥାପନ କଲା ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ୍‌

ସିଡନୀ: ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ୍ ଦିନିକିଆରେ କ୍ରମାଗତ ୨୧ ବିଜୟ ହାସଲ କରି ନୂତନ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଶନିବାର ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ବିଜୟ ହାସଲ କରି ଦଳ ଏହି କୀର୍ତିମାନ ସ୍ଥାପନ କରିଛି । ସବୁଠାରୁ ବଡ କଥା ନିଜ ଦେଶରେ ପୁରୁଷ ଟିମକୁ ପଛରେ ପକାଇ ସେମାନେ ଏହି ରେକର୍ଡ କରିଛନ୍ତି ।

ପୂର୍ବରୁ ରିକି ପଂଟିଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ୨୦୦୩ରେ କ୍ରମାଗତ ୨୧ ମ୍ୟାଚରେ ବିଜୟ ହାସଲ କରି ବିଶ୍ୱରେକର୍ଡ କରିଥିଲା । ମହିଳା ଦଳ ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ(୨ଥର), ଇଂଲଣ୍ଡ, ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କାକୁ ୩-୦ ବ୍ୟବଧାନରେ ପରାସ୍ତ କରିଥିଲା । ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷରେ ଦଳ ୧-୦ରେ ଅଗ୍ରଣୀ ରହିଛି ।

Leave A Reply

Your email address will not be published.