Latest Odisha News

BREAKING NEWS

ଉଦଘାଟିତ ହେଲା ଟାଟା ଷ୍ଟିଲ୍ ଭୁବନେଶ୍ୱର ଲିଟେରାରି ମିଟ୍ (ଟିଏସଟିଏଲ୍ଏମ୍)ର ୫ମ ସଂସ୍କରଣ

ଭୁବନେଶ୍ୱର: ପ୍ରତିଷ୍ଠିତ ଟାଟା ଷ୍ଟିଲ୍ ଭୁବନେଶ୍ୱର ଲିଟେରାରି ମିଟ୍ (ଟିଏସ୍ବିଏଲ୍ଏମ୍)ର ୫ମ ସଂସ୍କରଣ ଆଜି ଲେଖନ ସାହସର ପ୍ରତୀକ ପେରୁମଲ୍ ମୁରୁଗନ୍ ଓ ୟୁକେ ସଂସଦର ସଦସ୍ୟ ଲର୍ଡ ମେଘନାଦ ଦେସାଇଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଟାଟା ଷ୍ଟିଲ୍ର କର୍ପୋରେଟ୍ ସେବା ଉପାଧ୍ୟକ୍ଷ ଚାଣକ୍ୟ ଚୌଧୁରୀ, ଭୁବନେଶ୍ୱର ଲିଟେରାରି ମିଟ୍ର ନିର୍ଦ୍ଦେଶିକା, ମାଳବିକା ବାନର୍ଜୀ ପ୍ରମୁଖ ଉପସ୍ଥିତ ରହିଛନ୍ତି । ଟାଟା ଷ୍ଟିଲ୍ ଭୁବନେଶ୍ୱର ଲିଟେରାରି ମିଟ୍ (ଟିଏସ୍ବିଏଲ୍ଏମ୍) ଜାନୁଆରୀ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ତିନି ଦିନ ବ୍ୟାପୀ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି; ଯାହାର ଉଦ୍ଦେଶ୍ୟ ରହିଛି ସାହିତ୍ୟ ଓ ସମ୍ବନ୍ଧିତ ସାଂସ୍କୃତିକ କାର୍ଯ୍ୟକ୍ରମ ଯେପରିକି ନୃତ୍ୟ, ସଙ୍ଗୀତ, ଆବୃତି ଓ ନାଟକ ପ୍ରଦର୍ଶନ ଆଦିକୁ ପାଳନ କରିବା । ଟିଏସ୍ବିଏଲ୍ଏମ୍ ୨୦୨୦ର ୫ମ ସଂସ୍କରଣ ବିକଶିତ ସାହିତ୍ୟିକ ସମୁଦାୟକୁ ପ୍ରେରିତ କରିବା, ସଂରକ୍ଷଣର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଏବଂ ଲେଖକ ଓ ଅନ୍ୟ ବ୍ୟକ୍ତିତ୍ୱମାନଙ୍କ ପାଇଁ ସମ୍ମାନ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ।

ଏହି ଅବସରରେ ଟାଟା ଷ୍ଟିଲ୍ ପକ୍ଷରୁ ଏହାର କର୍ପୋରେଟ ସର୍ଭିସର ଭାଇସ ପ୍ରେସିଡ଼େଣ୍ଟ, ଚାଣକ୍ୟ ଚୌଧୂରୀ କହିଛନ୍ତିଯେ, “ଟାଟା ଷ୍ଟିଲ୍ କର୍ପୋରେଟ ଫିଲୋସୋଫିର ଏକ ଅଂଶ ଅନୁଯାୟୀ ଆମ୍ଭେମାନେ ସର୍ବଦା ଖେଳ, କଳା, ସାହିତ୍ୟ ଏବଂ ସଂସ୍କୃତିକୁ ପ୍ରୋତ୍ସାହନ ଦେଇଆସିଛୁ । ୨୦୧୬ରୁ ଅର୍ଥାତ୍ ଏହାର ପ୍ରଥମ ସଂସ୍କରଣରୁ ଟିଏସବିଏଲଏମ୍ କେବଳ ଓଡ଼ିଶାର ସୁନାମଧନ୍ୟ ଲେଖକ ତଥା ସାହିତ୍ୟିକ ମାନଙ୍କୁ ଗୋଟିଏ ସ୍ଥାନରେ ଏକତ୍ର କରିପାରିଛି ତାହା ନୁହେଁ ବରଂ ଏହା ଭାରତ ଏବଂ ସମ୍ପୁର୍ଣ୍ଣ ବିଶ୍ୱର ଲେଖକ ମାନଙ୍କୁ ଏକତ୍ରିତ କରିପାରିଛି । ଉକ୍ତ କାର୍ଯ୍ୟକ୍ରମ ଦିନକୁ ଦିନ ଲୋକପ୍ରିୟ ହେଉଥିବା ସହିତ ଭୁବନେଶ୍ୱରର ବାର୍ଷିକ ସାଂସ୍କୃତିକ କ୍ୟାଲେଣ୍ଡରର ଏକ ଅଂଶ ହୋଇପାରିଛି । ଚଳିତ ବର୍ଷର ଏହି ସଂସ୍କରଣ ପୁଣିଥରେ ଉନ୍ନତ ଚିନ୍ତାଧାରା ଏବଂ ଅବିରତ ସ୍ୱରକୁ ଆହୁରି ଆଗକୁ ବଢିବାରେ ସହାୟକ ହୋଇପାରିବବୋଲି ମୋର ବିଶ୍ୱାସ ।”

୨୦୧୬ରେ ଗେମ୍ପ୍ଲାନ୍ ପକ୍ଷରୁ ଭୁବନେଶ୍ୱର ଲିଟେରାରି ମିଟ୍ର ଶୁଭାରମ୍ଭ କରାଯାଇଥିଲା, କାରଣ ଓଡିଶା ଭଳି ଏକ ସଂସ୍କୃତି ସମୃଦ୍ଧ ରାଜ୍ୟ ପାଇଁ ଏଭଳି ଏକ ଉତ୍ସବର ଆବଶ୍ୟକତା ଥିଲା ଯାହାକି ଓଡିଶାକୁ ବ୍ୟାପକ ବିଶ୍ୱସ୍ତରୀୟ ଦର୍ଶକଙ୍କ ନିକଟରେ ପହଞ୍ଚାଇପାରିବ ଏବଂ ବିଶ୍ୱକୁ ଓଡିଶାକୁ ଆଣିପାରିବ । ପ୍ରଥମ ବର୍ଷରୁ ହିଁ ଏହି ସାହିତ୍ୟିକ ସମ୍ମିଳନୀ ଭାରତ ତଥା ସମଗ୍ର ବିଶ୍ୱରୁ ଲେଖକ ଓ ବକ୍ତାମାନଙ୍କୁ ଆକର୍ଷିତ କରିଥିଲା ଏବଂ ଏଥିରେ ରସ୍କିନ୍ ବଣ୍ଡ୍, ନୟନତାରା ସେହଗଲ୍, କିରନ ନାଗରକର୍, ୱାହିଦା ରେହମାନ୍, ବର୍ଖା ଦତ୍, ମନୋଜ ଦାସ, ଜୟନ୍ତ ମହାପାତ୍ର, ଇଲିୟାନା ସିତାରିଷ୍ଟ, ମାର୍କ ତୁଲି, ନନ୍ଦିତା ଦାସ, ୱିଲିୟମ ଡାଲ୍ରିମ୍ପଲ୍ଙ୍କ ଭଳି ଅନେକ ମହାନ ପ୍ରତିନିଧି ଯୋଗ ଦେଇଥିଲେ । ଏହି ସାହିତ୍ୟିକ ସମ୍ମିଳନୀ ଅଂଶଗ୍ରହଣକାରୀଙ୍କ ନିରନ୍ତର ଉଚ୍ଚ ଗୁଣବତା ଏବଂ ସ୍ଥାନୀୟ ସାଂସ୍କୃତିକ ଲୋକନୀତି ସହ ଏକ ଅନ୍ତର୍ନିହିତ ସମ୍ବନ୍ଧ ମାଧ୍ୟମରେ ଭୁବନେଶ୍ୱରର ବାର୍ଷିକ ସାଂସ୍କୃତିକ କ୍ୟାଲେଣ୍ଡରର ଏକ ଅଭିନ୍ନ ଅଂଶ ପାଲଟିଥିଲା ।

ପୂର୍ବ ସଂସ୍କରଣଗୁଡିକ ଭଳି ଚଳିତ ସଂସ୍କରଣ ମଧ୍ୟ ଅବିକଶିତ ବିଚାର ଓ ଅଜେୟ ସ୍ୱର ଗୁଡିକୁ ସେଲିବ୍ରେଟ୍ କରିବା ସହ ସାହିତ୍ୟ, କବିତା, ବର୍ତ୍ତମାନର ଘଟଣାବଳୀ, ମହିଳାଙ୍କ ପ୍ରସଙ୍ଗ ଓ ଅନ୍ୟାନ୍ୟା ବିଷୟଗୁଡିକ ଉପରେ ଧ୍ୟାନ କେନ୍ଦ୍ରିତ କରିବ । ପ୍ରତ୍ୟେକ ଅଧିବେଶନ ଭୁବନେଶ୍ୱରର ଜାଭିୟର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍ମେଣ୍ଟ ହେବାକୁ ଥିବାବେଳେ ଏହି ତିନି ଦିନିଆ ସମ୍ମିଳନୀର ମଞ୍ଚରେ ବିଶେଷଜ୍ଞତା ଓ ଦୃଷ୍ଟିକୋଣକୁ ଏକତ୍ରୀତ କରି ଦର୍ଶକଙ୍କ ସହ ପ୍ରମୁଖ ବ୍ୟକ୍ତିତ୍ୱମାନଙ୍କର ନିବିଡ ତଥା ଆକର୍ଷଣୀୟ ଆଲୋଚନାର ସାକ୍ଷୀ ହେବ ।

ଭୁବନେଶ୍ୱର ସାହିତ୍ୟିକ ସମ୍ମିଳନୀର ନିର୍ଦ୍ଦେଶିକା, ମାଳବିକା ବାନର୍ଜୀ କହିଛନ୍ତଯେ, “ଟାଟା ଷ୍ଟିଲ୍ ଭୁବନେଶ୍ୱର ଲିଟେରାରି ମିଟ୍ (ଟିଏସ୍ବିଏଲ୍ଏମ୍) ହେଉଛି ଓଡିଶାର ସମସ୍ତ ସାହିତ୍ୟ ପ୍ରେମୀଙ୍କ ଲାଗି ସାହିତ୍ୟ ପାଇଁ ସେମାନଙ୍କ ଭଲପାଇବାକୁ ସେଲିବ୍ରେଟ୍ କରିବା ଓ ନିଜ ବିଚାରଧାରାର ଆଦାନପ୍ରଦାନ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ସାହିତ୍ୟିକ ମଞ୍ଚ । ଏହି ସମ୍ମିଳନୀ ହେଉଛି ସମସ୍ତ ପିଢିର ବ୍ୟକ୍ତିଙ୍କ ସହ ଜଡିତ ହେବାର ଏକ ସୁଯୋଗ । ମୁଁ ଏହା କହିବାରେ ନିଜକୁ ଗର୍ବିତ ଅନୁଭବ କରୁଛି ଯେ, ଟିଏସ୍ବିଏଲ୍ଏମ୍ ନିଜକୁ ଭାରତରେ ଏକ ମହାନ ସାହିତ୍ୟିକ ସଭା ରୂପେ ପ୍ରତିଷ୍ଠିତ କରିପାରିଛି ଏବଂ ଏହି ସଂସ୍କରଣରେ ଆମ ପାଖରେ କିଛି ସର୍ବୋତ୍ତମ ତଥା ପ୍ରମୁଖ ଲେଖକ ରହିଛନ୍ତି ।”

ଚଳିତ ବର୍ଷର ସାହିତ୍ୟିକ ସମ୍ମିଳନୀରେ ଯୋଗ ଦେବାକୁ ଥିବା କିଛି ମହାନ ବକ୍ତାଙ୍କ ମଧ୍ୟରେ ହିନ୍ଦୀ ଓ ମରାଠୀ ସିନେମାର ବରିଷ୍ଠ ଅଭିନେତା, ନିର୍ଦ୍ଦେଶକ ତଥା ନିର୍ମାତା ଅମୋଲ ପାଲେକର୍, ଓଡିଶାର ଲୋକପ୍ରିୟ ଥିଏଟର ଓ ଫିଲ୍ମ ପର୍ସନାଲିଟି ଅନନ୍ତ ମହାପାତ୍ର, ଭାରତୀୟ ସାମ୍ବାଦିକତାର ଗେମ୍ ଚେଞ୍ଜର ବାଚି କାର୍କାରିଆ, ଭାରତୀୟ ଷ୍ଟାଣ୍ଡଅପ୍ କମେଡିଆନ୍, ଲେଖକ ଓ ୟୁଟ୍ୟୁବର୍ ବିଶ୍ୱକଲ୍ୟାଣ ରଥ, ଓଡିଆ ଲେଖିକା, ଉପନ୍ୟାସକାର ଓ ସ୍ତମ୍ଭକା. ଡଃ ଗାୟତ୍ରୀବାଳା ପଣ୍ଡା, ଭାରତର ପ୍ରଖ୍ୟାତ ଶାସ୍ତ୍ରୀୟ ବଂଶୀ ବାଦକ, ପଣ୍ଡିତ ହରିପ୍ରସାଦ ଚୌରସିଆ, ବ୍ରିଟିଶ ଅର୍ଥଶାସ୍ତ୍ରୀ ଓ ଲେବର୍ ପଲିଟିସିଆନ୍ ଲର୍ଡ ମେଘନାଦ ଦେସାଇ, ଓଡିଆ ସାହିତ୍ୟର ଜଣେ ପ୍ରେରଣାଦାୟୀ ସ୍ୱର ପରମିତା ସତ୍ପଥି ତ୍ରିପାଠୀ ଏବଂ ଫାୟାର, ଆର୍ଥ, ବୱାନ୍ଦର, କନ୍ନଥିଲ ମିଥାମିତଲ, ଆଝାଗି, କମ୍ଲି ଆଦିରେ ନିଜ ପ୍ରତିଭାର ପ୍ରଦର୍ଶନ ମାଧ୍ୟମରେ ବହୁ ସମ୍ମାନ ଜିତିଥିବା ଭାରତୀୟ ଅଭିନେତ୍ରୀ ତଥା ନିର୍ଦ୍ଦେଶିକା, ନନ୍ଦିତା ଦାସ ଓ ଅନ୍ୟମାନେ ସାମିଲ ଅଛନ୍ତି । ଗତ କିଛି ବର୍ଷ ହେବ ଟାଟା ଷ୍ଟିଲ୍ ଭୁବନେଶ୍ୱର ଲିଟେରାରି ମିଟ୍ (ଟିଏସ୍ବିଏଲ୍ଏମ୍) ଏକ ଲିଟେରାରି ଲ୍ୟାଣ୍ଡମାର୍କ ପାଲଟିଛି ଯାହାକି ଓଡିଶା ସମେତ ଭାରତ ଓ ସମଗ୍ର ବିଶ୍ୱରେ ପ୍ରଶଂସିତ ଓ ସମ୍ମାନିତ ହୋଇପାରିଛି ।

Leave A Reply

Your email address will not be published.