Latest Odisha News

ଦୁର୍ନୀତି ଅଭିଯୋଗରେ ୨ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ୪ ଅଧିକାରୀ ବହିଷ୍କୃତ

ଭୁବନେଶ୍ୱର: ରାଜ୍ୟ ସରକାର ଦୁର୍ନୀତି ଅଭିଯୋଗରେ ଶୁକ୍ରବାର ଦିନ ୨ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବା ସହ ୪ ଅଧିକାରୀଙ୍କୁ ବହିଷ୍କୃତ କରିଛନ୍ତି ।

ପ୍ରାପ୍ତ ସୂଚନା ଅନୁସାରେ, ସରକାର ସହକାରୀ ଯନ୍ତ୍ରୀ ନାରାୟଣ ତିଆଡ଼ିଙ୍କୁ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଅବସର ନେବାକୁ କୁହାଯାଇଛି । ସେ ବରଗଡ଼ ଆରଡବ୍ଲ୍ୟୁଏସଏସରେ କାର୍ଯ୍ୟ କରୁଥିଲେ।

ସେହିପରି ଜନସ୍ୱାସ୍ଥ୍ୟ ବିଭାଗର ସହାକାରୀ ଯନ୍ତ୍ରୀ ଜ୍ଞାନେନ୍ଦ୍ର ପଟେଲ ଦୀର୍ଘଦିନ ହେବ ଛୁଟିରେ ଥିବାରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର ।

ନାରାୟଣ ତିଆଡ଼ି ଓ ଜ୍ଞାନେନ୍ଦ୍ରଙ୍କ ବ୍ୟତୀତ ରାଜ୍ୟ ସରକାର ୪ ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ନିକଟରେ ସେମାନଙ୍କ ବିରୋଧରେ ଚାଳିଥିବା ଭିଜିଲାନ୍ସ ମାମଲାରେ ସେମାନେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେମାନେ ହେଉଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ଜେଇ ଅମିୟ କୁମାର ସେଠୀ, କଟକ ଜିଲ୍ଲାର ବାଙ୍କୀ ବ୍ଲକର ପୂର୍ବତନ ଯନ୍ତ୍ରୀ ବିଜ୍ଞାନ କୁମାର ବେଉରିଆ, ଖଦୀ ବୋର୍ଡର ପୂର୍ବତନ ସୁପରଭାଇଜର ପ୍ରଦୀପ ରାୟ ଓ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ପୂର୍ବତନ ଯନ୍ତ୍ରୀ ସଂଜୟ ଚୌଧୁରୀ ।

Leave A Reply

Your email address will not be published.