Latest Odisha News

‘ଫ୍ରେଣ୍ଡସିପ୍ କପ୍ ଫୁଟବଲ’ ଜିତିଲା ଟାଟା ଷ୍ଟିଲ୍ ଏକାଦଶ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମରେ ରବିବାର ଦିନ ଅନୁଷ୍ଠିତ ୨୦୧୯ ‘ଫ୍ରେଣ୍ଡସିପ୍ କପ୍ ଫୁଟବଲ’ ଟୁର୍ଣ୍ଣାମେଣ୍ଟରେ ଟାଟା ଷ୍ଟିଲ୍ ଏକାଦଶ ୩-୦ ଗୋଲରେ ଲିଡ଼ର୍ସ ଏକାଦଶକୁ ପରାସ୍ତ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ଟାଟା ଷ୍ଟିଲ୍ ଦଳ ପକ୍ଷରୁ ସଦ୍ଦାମ ଆବ୍ରାର୍ ୨ଟି ଗୋଲ୍ ସ୍କୋର୍ କରିଥିବା ବେଳେ ମିଥୁନ୍ ଚକ୍ରସଏ ଗୋଟିଏ ଗୋଲ ସ୍କୋର କରିଥିଲେ ।

ସଂଘର୍ଷପୂର୍ଣ୍ଣ ସେମିଫାଇନାଲ୍ ମ୍ୟାଚରେ ଲିଡ଼ର୍ସ ଏକାଦଶ ମିଡ଼ିଆ ଏକାଦଶକୁ ୩-୨ ଗୋଲରେ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଥିଲା । ସେହିପରି ଅନ୍ୟଏକ ସେମିଫାଇନାଲରେ ଟାଟା ଷ୍ଟିଲ ଏକାଦଶ ବ୍ୟୁରୋକ୍ରାଟ ଏକାଦଶକୁ ୧-୦ ଗୋଲରେ ପରାସ୍ତ କରିଥିଲା । ଟାଟା ଷ୍ଟିଲଦଳର ଆବ୍ରାରଙ୍କୁ ଶ୍ରେଷ୍ଠ ଫରୱାର୍ଡ଼ ଏବଂ ଲିଡ଼ର୍ସ ଏକାଦଶର ଜଗନ୍ନାଥ ନାୟକଙ୍କୁ ଶ୍ରେଷ୍ଠ ଗୋଲକିପର୍ ଭାବେ ପୁରସ୍କୁତ କରାଯାଇଥିଲା ।

ସେହିପରି ବ୍ୟୁରୋକ୍ରାଟ ଦଳର ଶାଶ୍ୱତ ମିଶ୍ରଙ୍କୁ ‘ଫେୟାର୍ ପ୍ଲେୟାର’ ଭାବେ ପୁରସ୍କୁତ କରାଯାଇଛି । ସେହିପରି ଭାବେ ଟାଟା ଦଳର ସଦ୍ଦାମ ଆବ୍ରାରଙ୍କୁ ଶ୍ରେଷ୍ଠ ସ୍କୋରର୍ ଓ ଲିଡ଼ର୍ସ ଏକାଦଶର ଖେଳାଳି ଦିବ୍ୟଶଙ୍କର ମିଶ୍ରଙ୍କୁ ଶ୍ରେଷ୍ଠ ରକ୍ଷଣପନ୍ଥୀ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଛି । ଲିଡ଼ର୍ସ ଏକାଦଶର ଅରୁଣ କୁମାର ସାହୁଙ୍କୁ ଶ୍ରେଷ୍ଠ ହାଫ ଖେଳାଳି ଭାବେ ପୁରସ୍କାର ପ୍ରଦାନ କରାଯାଇଛି ।

ପୁରସ୍କାର ବିତରଣୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଅରୁଣ କୁମାର ସହୁ ଏବଂ ତୁଷାରକାନ୍ତି ବେହେରା ମଧ୍ୟ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.